ଓଡିଶା

ବରୀ ବାସୀଙ୍କ ପାଇଁ ରାଜ ରାସ୍ତା ରେ ବସିବୁ : ବିଜେପି

(ବରୀ) : ବ୍ଲକରେ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ ରେ ଦୁର୍ନୀତି ହେଉଥିବା ବେଳେ ବ୍ଲକ୍ ପ୍ରଶାସନ ଏହାକୁ ପୂର୍ଣ୍ଣ ସହଯୋଗ କରୁଛି ବୋଲି ଆଜି ବିଜେପି ନେତା ବିଶ୍ବରଂଜନ ମଲ୍ଲିକ ରାମଚନ୍ଦ୍ରପୁର ସ୍ଥିତ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ମହାମାରୀ କରୋନା ଯୋଗୁଁ ସରକାରଙ୍କ ତରଫରୁ ହୋଇଥିବା ଲକ୍ ଡାଉନ୍ ସଟ୍ ଡାଉନ୍ ଯୋଗୁଁ ଲୋକମାନେ ଘରେ ଅଟକି ରହିଥିବାରୁ ସେମାନଙ୍କ ଆର୍ଥିକ ଅବସ୍ଥା ଭାଙ୍ଗିପଡ଼ିଛି। କେନ୍ଦ୍ର ସରକାରଙ୍କ ତରଫରୁ ଚାଉଳ ଏବଂ ଡାଲି ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା ମାତ୍ର ଲୋକମାନଙ୍କୁ ଚାଉଳ ଦିଆଯାଇଥିବା ବେଳେ ଅଦ୍ୟାବଧି ଡାଲି ଦିଆନଯାଇ ଏହାକୁ ହଡପ କରିବାକୁ ଯୋଜନା ଚାଲିଛି ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି । ବରୀ ବ୍ଲକର ୨୯ ଗୋଟି ପଞ୍ଚାୟତ ମଧ୍ୟରୁ ଅଙ୍ଗଲୋ ମଧୁସୂଦନ ପୁର ଓ ବୋଦୁଅ ପଞ୍ଚାୟତ ରେ ହିତାଧିକାରୀମାନଙ୍କୁ ଡାଲି ବଣ୍ଟନ ହୋଇଥିବା ବେଳେ ଅନ୍ୟ ପଞ୍ଚାୟତ ରେ ହିତାଧିକାରୀ ମାନଙ୍କ ଡାଲି କୁ ବ୍ଲକ ପ୍ରଶାସନ ଏବଂ ଶାସକ ଦଳ ସ୍ଥାନୀୟ ବିଧାୟିକାଙ୍କ ସହଯୋଗ ରେ ହଡପ କରିବାର ପ୍ରୟାସ ଚାଲିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଏତତ୍ ବ୍ୟତୀତ ବରୀ ଭଳି ଏକ କୃଷି ସମୃଦ୍ଧ ଅଞ୍ଚଳ ରେ କୃଷକ ମାନଙ୍କ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ସାରନ୍ଦା ପାଟ ନାଳି ଓ ପଲିଶ୍ରି ନାଳକୁ ଖନନ କରାଯାଇ ଏହାକୁ କୃଷି ଭିତ୍ତିକ କାର୍ୟ୍ୟ ରେ ଉପଯୋଗି କରିବାକୁ ସରକାର ଙ୍କ ଡ୍ରେନେଜ୍ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହାକୁ ଟେଣ୍ଡର କରାନଯାଇ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବାପାଇଁ ଚିଠା ମାଧ୍ୟମ ରେ କାମ ଦିଆଯିବା ଓ ସଂପୃକ୍ତ ଠିକାଦାର ଜଣକ ବ୍ୟୟ ଅଟକଳ ମୁତାବକ କାର୍ୟ୍ୟ ନ କରୁଥିବାରୁ ଏହାକୁ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମଲ୍ଲିକ ମତ ଦେଇଛନ୍ତି।। ପ୍ରକାଶ ଥାଉ କି ବରୀ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଯାତାୟାତ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରତବର୍ଷ ଖରାଦିନିଆ ରାସ୍ତା (ଫ୍ୟାରେଦ)ର ରାସ୍ତା ତିଆରି ହୋଇଥାଏ। ଏହି ରାସ୍ତାର ଅବଧି ଜାନୁଆରୀରୁ ଆରମ୍ଭ ହୋଇ ଜୁନ ମାସ ୧୪ ତାରିଖ ପର୍ୟ୍ୟନ୍ତ କାର୍ୟ୍ୟକ୍ରମ ହେବାର ନିୟମ ରହିଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଗୋଲକୁଣ୍ଡ ପଞ୍ଚାୟତ ମେଣ୍ଢ ଠାରେ ସରକାରୀ ଅର୍ଥ ବ୍ୟୟ କରାଯାଇ ନିର୍ମାଣ କରାଯାଇଥିବା ରାସ୍ତାଟି ମାତ୍ର ୭ ଦିନ ଭିତରେ ଯାତାୟାତ ପାଇଁ ଉପଯୋଗୀ ହୋଇପାରିନଥିଲା । ଅନ୍ୟ ୪ ଗୋଟି ରାସ୍ତା ନିର୍ମାଣ କାର୍ୟ୍ୟ ଆଦୌ ହୋଇନଥିବା ବେଳେ ବିଧାୟିକା ଓ ବିଭାଗୀୟ ଅଧିକାରୀ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁ ଏହାକୁ ହଡପ କରାଯିବାର ପ୍ରୟାସ ଚାଲିଛି । ଏ ସଂପର୍କରେରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ଡ୍ରେନେଜେ ବିଭାଗ ନିର୍ବାହୀ ଯନ୍ତ୍ରୀ କୁହନ୍ତି ଅଭିଯୋଗ ମିଳିଛି ବ୍ୟୟ ଅଟକଳ ଅନୁଯାୟୀ କାର୍ୟ୍ୟ କରାଯାଇ ନଥିଲେ ଠିକାଦାର ଙ୍କ ବିଲ୍ ପୈଠ କରାଯିବ ନାହିଁ। ଡାଲି ବଣ୍ଟନ ବିଷୟରେ ବରୀ ବ୍ଲକ ଯୋଗାଣ ନୀରିକ୍ଷକ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି ୧୧୫ କ୍ୟୁଇଣ୍ଟାଲ୍ ଡାଲି ବଣ୍ଟନ ହୋଇଛି ଭୌଗୋଳିକ ଦୃଷ୍ଟି କୋଣରୁ ଅଙ୍ଗାଳ , ମଧୁସୂଦନ ପୁର ଓ ରତାଲାଙ୍ଗ ବିଂଝାରପୁର ବ୍ଲକର ନିକଟ ହୋଇଥିବାରୁ ସେଠାରେ ଡାଲି ବଣ୍ଟନ କରାଯାଇଛି । ଡାଲି ଆସିଲେ ଅନ୍ୟ ପଞ୍ଚାୟତରେ ହିତାଧିକାରୀମାନଙ୍କୁ ଡାଲି ବଣ୍ଟନ କରାଯିବ।

Related posts

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ନଷ୍ଟ

mahabharatanews

କୋଭିଡରେ ରାଜ୍ୟରେ ଅନାଥ ହୋଇଛନ୍ତି ୨୪,୪୦୫ ଶିଶୁ

mahabharatanews

ବୃଦ୍ଧି ପାଇଲା ସମିତି ସଭ୍ୟଙ୍କ ଦରମା

mahabharatanews