ଓଡିଶା

ମୃତ୍ୟୁ ସାଙ୍ଗରେ ସଂଗ୍ରାମ କରୁଛନ୍ତି ମନ୍ଦିର ପୂଜକ

(ବରଗଡ /ଚିତରଂଜନ ସାହୁ) : ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ପଞ୍ଚାୟତ ରେ ଦୁଇଜଣ ବୃଦ୍ଧ ବୃଦ୍ଧା ଅନାହାର ରେ ଜୀବନ ବିତାଉଛନ୍ତି। ପଡୋଶୀ ଲୋକ କହିବା ଅନୁସାରେ ୨୦ବର୍ଷ ରୁ ଉର୍ଦ୍ଧ୍ଵ ହେବ ଏହି ଦୁଇ ଜଣ ବୃଦ୍ଧ ବୃଦ୍ଧା ସେଠି ରହି ଗୋଟିଏ ଛୋଟ ମନ୍ଦିର ପୂଜକ ଭାବେ କାମ କରି ନିଜର ପେଟ ପୋଷି ଆସୁଥିଲେ । ହେଲେ ଏବେ ୬ମାସ ହେବ ବୃଦ୍ଧା ଜଣକ ରୋଗରେ ଆକ୍ରାନ୍ତ ହେବା ପରେ କିଛି କାମ କରିପାରୁ ନ ଥିବା ବେଳେ ବୃଦ୍ଧ ଜଣକର ଆଖି ଖରାଵ ହେବାରୁ ଆଉ ଘର ବାହାରକୁ ବାହାରି ପାରୁ ନ ଥିବା ଜଣାପଡ଼ିଛି। ଏହି ଦୁହି ଜଣଙ୍କ ଦୁଃଖ ସହି ନ ପାରି ପାଖ ଲୋକେ କିଛି ଖାଇବାକୁ ଦେଲେ ଖାଉଛନ୍ତି ନ ହେଲେ ନାଇଁ। ନାଁ ତାଙ୍କୁ ସରକାରୀ ସାହାଯ୍ୟ ନାଁ କୋଣସି ପ୍ରଶାସନ ର ଦେଖା ଏହି ଦୁଜଣ ଙ୍କ ର ପୁଅ ଝିଅ ନାଁ ବନ୍ଧୁ ବାନ୍ଧବ କେହି ନାହାନ୍ତି। ଏମାନେ ମୃତ୍ୟୁ ସାଙ୍ଗରେ ସଂଗ୍ରାମ କରୁଛନ୍ତି। ପ୍ରଶାସନ ଏହି ଦୁହି ଜଣ ଙ୍କ ଉପରେ ଟିକେ ଦୃଷ୍ଟି ଦେବା ପାଇଁ ପଡୋଶୀ ଲୋକେ ଅନୁରୋଧ କରିଛନ୍ତି।

Related posts

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

mahabharatanews

୧୬ରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି କୁମ୍ଭମେଳା 

mahabharatanews

ଭାଲୁ ଆକ୍ରମଣରେ ଜଣେ ମୃତ ଅଭିଯୋଗ , ସରକାରୀ ସହାୟତା ଦାବି କଲେ ପରିବାର

mahabharatanews