ଓଡିଶା

ବସ୍-ବୋଲେରୋ ମୁହାଁମୁହିଁ ଧକ୍କା, ୪ ମୃତ

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ଜରପଡା ଥାନା କତଡା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଛତିଶଗଡରୁ ୨ଟି ପରିବାରର ୯ ଜଣ ସଦସ୍ୟ ଏକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ । କିନ୍ତୁ ରାତି ପ୍ରାୟ ଅଢେଇଟା ବେଳେ କତଡା ନିକଟରେ ଏକ ବସ୍ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବୋଲେରୋ ଡ୍ରାଇଭର ସମେତ ୩ ଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

Related posts

ଆସିଥିବା ପଶ୍ଚିମବଙ୍ଗରୁ ୧୨୮ ଜଣବ୍ୟକ୍ତିଙ୍କ ମଧ୍ୟରୁ ୭୪ ଜଣଙ୍କ ସ୍ୱାବ ଟେଷ୍ଟ କୌଣସି କରୋନା ପଜେଟିଭ ଆସିନାହିଁ 

mahabharatanews

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଛ ଦେଇ କୃତଜ୍ଞତା ଜଣାଇଲେ , ମସୁଣିହତା ବାସୀ

mahabharatanews

ଉର୍ଦ୍ଧୁ ଏକାଡେମୀର ମନମୁଖୀ କାର୍ୟ୍ୟସୂଚୀକୁ ନେଇ ସାମ୍ବାଦିକ ସମ୍ମିଳନୀ

mahabharatanews