ଓଡିଶା

ବସ ଚକା ଫାଟି ୫ ଆହତ

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚପରପଦା ନିକଟରେ ଏକ ବସର ଆଗ ଚକା ଫାଟି ଯିବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି । ଗ୍ରାଣ୍ଡ ନାମକ ଏକ ଘରୋଇ ବସ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଚପରପଦା ନିକଟରେ ବସର ଆଗ ଚକ ଫାଟି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ନାଳରେ ପଶି ଯାଇଥିଲା । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେବା ସହ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ସମୁଦାୟ ୪୦ ଜଣ ଯାତ୍ରୀ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଆଜି ଦଶମୀ ତିଥି, ମହାପ୍ରଭୁଙ୍କ ବନଭୋଜି ବେଶ

mahabharatanews

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews

ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ 

mahabharatanews