Uncategorized

 ବାଇଡେନଙ୍କ ଦରମା କେତେ  ?

ନୂଆଦିଲ୍ଲୀ: ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦ ପାଇବା କୌଣସି ସୌଭାଗ୍ୟଠାରୁ କମ ନୁହେଁ । ଏହି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି ଏବେ ଜୋ ବାଇଡେନ । ଆଜି ୭୮ ବର୍ଷୀୟ ବାଇଡେନ ଶପଥ ଗ୍ରହଣ ପରେ ୪୬ ତମ ରାଷ୍ଟ୍ରପତି ହେବେ । ତେବେ ତାଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବିଷୟରେ ଆସନ୍ତୁ ଜାଣିବା । ଆମେରିକା ରାଷ୍ଟ୍ରପତିଙ୍କ ଦରମା ମଧ୍ୟ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ଫେଡେରାଲ୍ ଆଇନ୍ ଅନୁସାରେ ସ୍ଥିର ହୋଇଥାଏ ।
ଆମେରିକାର ଏକ ୱେବସାଇଟ ତଥ୍ୟ ଅନୁସାରେ ଆମେରିକାର ନୂତନ ରାଷ୍ଟ୍ରପତିଙ୍କ ଦରମା ବାର୍ଷିକ ୪ ଲକ୍ଷ ଡଲାର ବା ପ୍ରାୟ ୨ କୋଟି ୯୨ ଲକ୍ଷ ଟଙ୍କା ହେବ । ଏତଦ୍ ଭିନ୍ନ ରାଷ୍ଟ୍ରପତିଙ୍କୁ ବାର୍ଷିକ ୫୦ ହଜାର ଡଲାର ଖର୍ଚ୍ଚ ଏଲାୱାନ୍ସ, ୧ ଲକ୍ଷ ଡଲାରର ନନ୍ ଟ୍ୟାକ୍ସେବଲ୍ ଟ୍ରାଭେଲ୍ ଏଲାୱାନ୍ସ, ମନୋରଞ୍ଜନ ପାଇଁ ୧୯ ହଜାର ଡଲାର ଦିଆଯାଉଛି । ମନୋରଞ୍ଜନ ଖର୍ଚ୍ଚକୁ ସେ ନିଜର ଓ ତାଙ୍କ ପରିବାରର ମନୋରଞ୍ଜନ ପାଇଁ ଖର୍ଚ୍ଚ କରିପାରିବେ ।
୧୭୮୯ ମସିହାରେ ଜର୍ଜ ୱାଶିଂଟନ ଆମେରିକାର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ୧୯୮୯ରୁ ଏପର୍ଯ୍ୟନ୍ତ ଏହି ଦରମାରେ ୫ଥର ବୃଦ୍ଧି କରାଯାଇଛି । ୨୦୦୧ରେ ଏହି ବେତନକୁ ୨ ଲକ୍ଷ ଡଲାରରୁ ୪ ଲକ୍ଷ ଡଲାରକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ଜଣେ ରାଷ୍ଟ୍ରପତି ଯଦି ଚାହିଁବେ ତେବେ ସେ ଏହି ଟଙ୍କା ଗ୍ରହଣ କରିବାକୁ ମନା କରି ପାରନ୍ତି, ଯେମିତି ୧୯୧୭ ମସିହାରେ ୩୧ତମ ରାଷ୍ଟ୍ରପତି ହର୍ବର୍ଟ ହୁୱର ଦରମା ନେବାକୁ ମନା କରିଦେଇଥିଲେ ।

 

Related posts

ପିଏମ କେୟାର ଫଣ୍ଡକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

mahabharatanews

ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲୁଏଚଓ

mahabharatanews

କଙ୍ଗନାଙ୍କ ନାମରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଲା ମହାରାଷ୍ଟ୍ର ସରକାର

mahabharatanews