ଓଡିଶା

ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ନେଇ ହେଉଛି ଚର୍ଚ୍ଚା

(ଜୟନ୍ତ କୁମାର ସେଠୀ /ପୁରୀ): ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ୟ୍ୟ ଗାଏବ ହେବା ଘଟଣା ପରେ ପୁଣି ବେଶ ସାମଗ୍ରୀ ଗାଏବ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଵେ ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ହେବା ନେଇ ହେଉଛି ଚର୍ଚ୍ଚା। ଏହା ସହ ମହାପ୍ରଭୁଙ୍କ କଦମ୍ବ ମାଳି ଫଟୋ ସୋସିଆଲ ମିଡିଆରେ ହୋଇଛି ଭାଇରାଲ। ଖୋଦ ଜଣେ ସେବକ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଏହି ଫଟୋ। ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ଏହି କଦମ୍ବମାଳି ପାଇ ସେ ବେଶ ଆନନ୍ଦିତ ବୋଲି ନିଜର ଭାବ ପ୍ରକାଶ କରିଛନ୍ତି। ଏଣୁ ନାଗାର୍ଜୁନ ବେଶର ବିଭିନ୍ନ ଅଂଶ ବାହାରକୁ ଯାଇଥିବା ଅଭିଯୋଗ ହେଉଛି। ନିଷ୍ପତ୍ତି ଅନୁଯାୟୀ ବେଶ ଓଲାଗି ପରେ ସିଂହାରୀ ସେବକ ମାନେ ନିତି ପ୍ରଶାସକ ଓ କମାଣ୍ଡରଙ୍କ ଉପସ୍ଥିତିରେ ବେଶ ସବୁ ଦାଖଲ କରିଥିଲେ। ସମ୍ପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର ଭିତରେ ଥିବା ନିଳାଦ୍ରୀ ମ୍ୟୁଜିୟମରେ ରଖାଯାଇଥିଲା। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ଥିବା ବେଶର ବିଭିନ୍ନ ଅଂଶ କିଭଳି ଗାଏବ ହେଉଛି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଚନ୍ଦ୍ର ସୂର୍ୟ୍ୟ ଗାଏବ ହେବା ଘଟଣାରେ ଦୋଷିଙ୍କୁ ଗିରଫ କରିବା ନେଇ ଦୁଇଦିନ ତଳେ ସିଂହଦ୍ଵାର ଥାନାରେ ମାମଲା ହୋଇଥିଲା । ଏଵେ ପୁଣି ବେଶର ବିଭିନ୍ନ ଅଂଶ ବାହାରକୁ ଯାଉଥିବା ଅଭିଯୋଗ ପରେ ପ୍ରଶାସନ କଡା କାଯ୍ୟନୁଷ୍ଠାନ ନେବା ଦାବି ହେଉଛି । ତେତେ ନାଗାର୍ଜୁନ ବେଶର ଲାଗି ହୋଇଥିବା ସମସ୍ତ ଅଂଶ ସୁରକ୍ଷିତ ରହିଛି ଓ ମ୍ୟୁଜିୟମରେ ଅଛି । ବେଶ ଗାଏବ ଘଟଣା ନେଇ ମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

Related posts

ଆସ୍ପାୟାନ ପକ୍ଷରୁ ଶିଶୁ ଅଧିକାର ସୁରକ୍ଷା ଅଭିଯାନ ଯାତ୍ରା

mahabharatanews

ଟେମରିମାଲ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

mahabharatanews

ଆଦିବାସୀ ବସ୍ତିରେ ନୂଆବର୍ଷ,ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ

mahabharatanews