Uncategorized

ବାରାଣସୀର ଏକ କଲେଜ କ୍ଲାସରୁ ମଣିଷ କଙ୍କାଳ ଉଦ୍ଧାର

ବାରାଣସୀ: କଲେଜରୁ ମଣିଷର କଙ୍କାଳ ଉଦ୍ଧାର । ଉତ୍ତର ପ୍ରଦେଶ, ବାରାଣସୀର କାଣ୍ଟର ଏକ କଲେଜରୁ ମଣିଷ କଙ୍କାଳ ମିଳିଛି। ଏକ କ୍ଲାସ ରୁମରୁ ଏହି କଙ୍କାଳ ମିଳିଛି । ଏହି କଲେଜଟି କରୋନା କାଳରେ ସେଲଟର ହୋମଭାବେ ବ୍ୟବହାର ହେଉଥିଲା । ଏବେ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀ ବେଞ୍ଚ ତଳେ ମଣିଷର କଙ୍କାଳ ଦେଖିବାକୁ ପାଇଛନ୍ତି । ଏହି ଘଟଣା ପରେ ପୁଲିସ ତଦନ୍ତ ଚଳାଇଛି ।
ଅନ୍ୟପକ୍ଷରେ କଲେଜର ପ୍ରିନ୍ସିପାଲ ଡ ଏକେ ସିଂହ କହିଛନ୍ତି, କଲେଜ ପଛପଟେ ଥିବା ଖାଲି ସ୍ଥାନକୁ ପଡିଆ ଭାବେ ବ୍ୟବହାର କରିବାକୁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ପିଲାମାନେ ପଡିଆରେ ଖେଳି ପଡିଆରେ ପରିତ୍ୟକ୍ତ ଅବସ୍ଥାରେ ଥିବା କ୍ଲାସକୁ ଯାଇ ସେଠାରେ ବେଞ୍ଚ ତଳେ ଏକ କଙ୍କାଳ ପଡିଥିବା ଦେଖି ଖବର ଦେଇଥିଲେ । ଏହାପରେ ପୁଲିସକୁ ଖବର ଦିଆଯାଇଥିଲା । ତେବେ କରୋନା କାଳରେ କଲେଜର ଏହି ଅବ୍ୟବହୃତ ଗୃହକୁ ସେଲଟର ହୋମ ଭାବେ ବ୍ୟବହାର କରାଯାଉଥିଲା । ରାସ୍ତା କଡରେ ଥିବା ଗରିବ, ମାନସିକ ବିକୃତଙ୍କୁ ଏଠାରେ ରଖାଯାଉଥିଲା । ମାନସିକ ବିକୃତଙ୍କ ମଧ୍ୟରେ ଅନେକ ସମୟରେ ମାରପିଟ ହୋଇଥାଏ, ହୁଏତ କୌଣସି ମାନସିକ ବିକୃତର କଙ୍କାଳ ହୋଇଥିବ ବୋଲି ପ୍ରିନ୍ସିପାଲ କହିଛନ୍ତି ।
ଅନ୍ୟପଟେ ଏହି କଙ୍କାଳକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି । ଫରେନ୍ସିକ ଟିମ କଙ୍କାଳର ଯାଞ୍ଚ କରିବା ସହ ନମୁନା ସଂଂଗ୍ରହ କରିଛି । କାଣ୍ଟ ପୁଲିସ ପକ୍ଷରୁ କୁହାଯାଇଛି, କଙ୍କାଳଟି ଜଣେ ପୁରୁଷର । ଏହାର ଡିଏନଏ ଟେଷ୍ଟ କରାଯିବ ।

 

Related posts

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି: ନିର୍ଭୟାଙ୍କ ମା’

mahabharatanews

ମଟର କୁଲଚା

mahabharatanews

ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

mahabharatanews