ଓଡିଶା

ବାଲୁକା କଳାରେ ଦିଲ୍ଲୀ ଦଖଲ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା

(ମହାଭାରତ, ପୁରୀ): ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟୀ (ଆପ୍)କୁ ଦିଲ୍ଲୀବାସୀଙ୍କ ବିପୁଳ ସମର୍ଥନ ଦେଇଛନ୍ତି । ଫଳରେ ଆପ୍ ଦିଲ୍ଲୀ ଦଖଲ କରିଛି । ବିଭିନ୍ନ ମହଲରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମୀରେ ବାଲୁକାରେ କେଜ୍ରିୱାଲଙ୍କ ପ୍ରତିମୂର୍ତ୍ତି ଗଢି ଦିଲ୍ଲୀରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରାୟ ୧୫ ଫସ୍ୱଙ୍କ ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ ବାଲି ବ୍ୟବହାର ହୋଇଥିବା ଜଣାଯାଇଛି । ସେହିପରି ଏଠାରେ ଥିବା ମାନସ ସାହୁ ସ୍ୟାଣ୍ଡପାର୍କରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ୬ଷ୍ଠ ବାଲୁକା ସ୍ଥାପତ୍ୟ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି । ଏଥିରେ ସ୍ଥାନ ପାଇଥିବା ବିଭିନ୍ନ ବାଲୁକା କଳାକୁ ମନ୍ତ୍ରୀ ବୁଲି ଦେଖିଛନ୍ତି । ପ୍ରତ୍ୟେକ ବାଲୁକା କଳା ମାଧ୍ୟମରେ ପ୍ରଦୂଷଣରୁ ଦୂରରେ ରହି ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ସଚେତନତାର ବାର୍ତ୍ତା ଦିଆଯାଇଛି ।

Related posts

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

mahabharatanews

ଆଜି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

 ପାଣ୍ଡାମିକ କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଖାଦେଇଛି ବହୁ ସମସ୍ୟା: ସର୍ଭେ

mahabharatanews