(ଜୟନ୍ତ ସେଠି /ଗୋପ): କୋଭିଡ ୧୯ ଭୁତାଣୁ ଦିନକୁ ଦିନ ସାରା ଦେଶରେ ବ୍ୟପିବା ରେ ଲାଗିଛି। ଏପରିକି ହସ୍ପିଟାଲ ରୋଗୀଙ୍କ ଚିକିତ୍ସା କରୁଥିବା ଡ଼କ୍ଟର , ନର୍ସଙ୍କ ସମେତ ମେଡ଼ିକାଲ କର୍ମଚାରୀ ମଧ୍ୟ କରୋନା ସଂକ୍ରମଣର ଶିକାର ହେଲେଣି। ତେବେ ଜୀବନ କୁ ଖାତିର ନ କରି ଡ଼କ୍ଟର ଓ ମେଡ଼ିକାଲ କର୍ମଚାରୀ ରୋଗୀ ସେବା କରୁଛନ୍ତି। ନିଜ ଘର ପରିବାରକୁ ସମୟ ଦେଇ ପାରୁନହାନ୍ତି । ଏହି ଉତ୍ସର୍ଗୀକୃତ ମନୋଭାବ ଏବଂ ସେବା ପାଇଁ ସାରା ଦେଶବାସୀ ଡ଼କ୍ଟର ଓ ମେଡ଼ିକାଲ କର୍ମଚାରୀ ଙ୍କୁ ସାଲ୍ୟୁଟ କରୁଛନ୍ତି। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏକ ବାଲୁକା କଳା ନିର୍ମାଣ କରି ତାଙ୍କର ହୃଦୟରେ ଥିବା ସମ୍ମାନ ଦେଇଛନ୍ତି ସେହି ଡ଼କ୍ଟର ଓ ମେଡ଼ିକାଲ କର୍ମଚାରୀ ଙ୍କୁ ଯେଉଁ ମାନେ ନିଜ ଜୀବନ କୁ ଖାତିର ନ କରି ଦିନ ରାତି କରୋନା ବିରୋଧ ରେ ଯୋଦ୍ଧା ଭାବେ ଲଢେ଼ଇ ଜାରି ରଖିଛନ୍ତି। ସେହିପରି ଦେଶରେ ବିଭିନ୍ନ ଜାଗାରେ ଡ଼କ୍ଟର ଙ୍କ ଉପରେ ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି। ସମସ୍ତ ଦେଶ ବାସୀ ଏହି ଘଡିସନ୍ଧି ମୁହୂର୍ତ୍ତରେ ଡ଼କ୍ଟର ଓ ମେଡ଼ିକାଲ କର୍ମଚାରୀଙ୍କୁ ସହାୟତା କରି କୋଭିଡ ୧୯ ଭୁତାଣୁ ହରାଇବାରେ ଯୋଦ୍ଧା ସାଜିବାକୁ ସୁଦର୍ଶନ ନିଜ ବଲୁକା କଳା ରେ ଆହ୍ୱାନ ଦେଇଛନ୍ତି। ପୁରୀ ବେଳାଭୂମି ରେ ଏହି ବଲୁକା କଳା ରେ ବାର୍ତା ରହିଛି ଏ ସାଲ୍ୟୁଟ ଟୁ ଦି ହିରୋ ।