ଓଡିଶା

ଅତ୍ୟାଧୁନିକ ସ୍ପୋର୍ଟସ କମ୍ପେ୍ଲକ୍ସ ଉଦଘାଟିତ 

(ଭୁବନେଶ୍ୱର) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପେ୍ଲକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପେ୍ଲକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍େଥଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି ।

ସୂଚନାନୁଯାୟୀ , ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍‌, ଦୁଇଟି ସିନ୍େଥଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି । ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍‌, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି । ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ ୫ଟି ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି ।

Related posts

ମନ୍ଦିରରେ ସେଲଫି ନେବା ବେଳେ ଖସି ପଡିଲେ ମହିଳା

mahabharatanews

ଆସନ୍ତା ୪୮ ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ,ୟେଲୋ ଓ୍ବାର୍ଣ୍ଣିଂ ଜାରି

mahabharatanews

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାର

mahabharatanews