ଓଡିଶା

ଇଞ୍ଜେକ୍ସନ ଦେଇ ନିଲମ୍ବିତ ହେଲେ ସଫେଇ କର୍ମଚାରୀ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଞ୍ଜେକ୍ସନ ଦେଇଥିବା ସଫେଇ କର୍ମଚାରୀ ମନୋରମା ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେହିପରି ଡ୍ୟୁଟିରେ ଥିବା ଷ୍ଟାଫ ନର୍ସ ଶାଶ୍ୱତି ବେହେରାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଛୁଟିରେ ପଠାଯାଇଛି । ସୂଚନାଯୋଗ୍ୟ, ଗତ ୪ ତାରିଖରେ ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକ୍ସନ ଦେଉଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଅତିରିକ୍ତ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Related posts

ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଯୋଗଦେବା ପରେ ଚଳଚଞ୍ଚଳ ହୋଇଛି ସମସ୍ତ ସରକାରୀ କାର୍ଯ୍ୟାଳୟ…

mahabharatanews

ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

 ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳ ଛଳ 

mahabharatanews