Uncategorized

ବାୟୁସେନାରୁ ଅବସର ନେଲା ମିଗ୍-୨୭

(ନୂଆଦିଲ୍ଲୀ): କାରଗିଲ ଯୁଦ୍ଧରେ ପ୍ରମୁଖ ଭୁମିକା ଗ୍ରହଣ କରି ‘ହିରୋ’ ଆଖ୍ୟା ପାଇଥିବା ଲଢୁଆ ଯୁଦ୍ଧ ବିମାନ ମିଗ୍-୨୭ ଭାରତୀୟ ବାୟୁସେନାରୁ ଅବସର ନେଇଛି । ଏଥିପାଇଁ ଶୁକ୍ରବାର ବାୟୁସେନା ପକ୍ଷରୁ ଯୋଧପୁରସ୍ଥିତ ବିମାନ ଘାଟିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ୭ଟି ମିଗ୍-୨୭ ଯୁଦ୍ଧ ବିମାନ ଶେଷ ଥର ପାଇଁ ଉଡାଣ ଭରି ବାୟୁସେନାରୁ ବିଦାୟ ନେଇଥିଲେ । ଏହି ଅବସରରେ ବାୟୁସେନାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଯବାନ ଉପସ୍ଥିତ ରହି ବିମାନଗୁଡିକୁ ସାଲ୍ୟୁଟ କରିଥିଲେ । ମିଗ୍-୨୭ ଯୁଦ୍ଧ ବିମାନ ପ୍ରାୟ ୪୦ ବର୍ଷ ଧରି ବାୟୁସେନାରେ ସେବା ଯୋଗାଇ ଆସୁଥିଲା । ୭ଟି ମିଗ୍-୨୭ ବିମାନକୁ ନେଇ ବାୟୁସେନାର ଏକ ସ୍କ୍ୱାଡ୍ରନ ରହିଥିଲା । ବର୍ତ୍ତମାନ ଏହି ଯୁଦ୍ଧ ବିମାନର ସ୍ଥାନ ମିଗ୍-୨୧ ଲଢୁଆ ବିମାନ ନେବ ।

Related posts

ପିଜ୍ଜା ଡେଲିଭରୀ ବୟଙ୍କୁ କରୋନା: ହୋମ କ୍ୱାରେଣ୍ଟାଇନରେ ୭୨ ପରିବାର

mahabharatanews

ହୋଲି ପୂର୍ବରୁ ହାପୁରରେ ୧୪୪ ଧାରା ଜାରି

mahabharatanews

ଆପଣ ନିଜର ରାଗକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ଅଭ୍ୟାସ କରନ୍ତୁ ଏହି ମୁଦ୍ରା

mahabharatanews