ଓଡିଶା

ବିକଳାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

(ତାରାକାନ୍ତ ନାଏକ, ସାଲେପୁର): କରୋନା ମହାମାରୀ ଓ ଖରାଦିନରେ ରକ୍ତର ଅଭାବରୁ ଦୃଷ୍ଟିରେ ରଖି ସାଲେପୁରର ସ୍ବେଚ୍ଛାସେବୀ ସଂଗଠନ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତଭଣ୍ଡାର କଟକ ସହାୟତାରେ ସାଲେପୁରରେ ଥିବା ବି.କେ.ଆଇ.ଟି. ଆଇ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରଟିକୁ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । କେନ୍ଦ୍ରୀୟ ରେଡ଼କ୍ରସ ରକ୍ତଭଣ୍ଡାର ମୁଖ୍ୟ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ରକ୍ତଦାନର ମହତ୍ଵ ସଂପର୍କରେ ଆଲୋକପାତ କରିଥିଲେ। ପ୍ରଥମେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ହିମାଂଶୁ ଶେଖର ଦାଶ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବି.କେ.ଆଇ.ଟି. ଆଇର ନିର୍ଦେଶକ ପ୍ରଦୀପ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତ ଶିବିରରେ ମୋଟ ୫୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ କର ଆଣ୍ଡ ବ୍ରଦର୍ସର ଅନ୍ୟତମ ପରିଚାଲିକା ସାଇ ଶିବାନି କର ପ୍ରମୁଖ ଉପସ୍ଥିତ ଥାଇ ଏହି ଶିବିରକୁ ପରିଚାଳନା
କରିଥିଲେ।

Related posts

ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀ ଙ୍କ ବିଦାୟ କାଲିନ ସମ୍ବର୍ଦ୍ଧନା

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସରକାରୀ ଯନ୍ତ୍ରୀ

mahabharatanews

ଆରମ୍ଭ ହେଲା ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ

mahabharatanews