ଓଡିଶା

ଆସୁଛି ଦୁଇ ଦୁଇଟି ଲଘୁଚାପ, ୫ ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୫ ତାରିଖ ଠାରୁ ପଶ୍ଚିମ ଓ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି। ୫ ତାରିଖ ପରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେପଟେ ୪ ତାରିଖରେ ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ସୃଷ୍ଟି ହେବ। ଦ୍ୱିତୀୟଟି ୯ ତାରିଖରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବ। ସେଥିପାଇଁ ସାରା ରାଜ୍ୟରେ ୫ ତାରିଖରୁ ଲଗାଣ ବର୍ଷା ଜାରି ରହିବ। ଗତ ଜୁନ ୧ ତାରିଖରୁ ରାଜ୍ୟରେ ମୌସୁମୀ ପ୍ରବେଶ କରିଥିଲା। ତେବେ ଜୁନ ୧ ତାରିକରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ପୂର୍ବ ବର୍ଷମାନଙ୍କ ଠାରୁ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୬ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ଏବଂ ବାକି ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣ ମୁହାଁ ହେଉଛି। ଏଥିଲାଗି ୧୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ସେ ଜିଲ୍ଲା ଗୁଡିକ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୈଦ୍ଧ, ଅନୁଗୁଳ, ସମ୍ବଲପୁର ଝାରସୁଗୁଡା, ଦେବଗଡ, କେଉଁଝର, ସୁନ୍ଦରଗଡ, ମୟୂରଭଞ୍ଜ ରହିଛି।

Related posts

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

mahabharatanews

୧୧୦ ତମ ବିଜୁ ଜୟନ୍ତୀ ପାଳିତ

mahabharatanews

ବନ୍ୟା ଜଳରେ ବୁଡିଲା ଶିବ ଲିଙ୍ଗ

mahabharatanews