ଓଡିଶା

ବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

(ମହାଭାରତ, କାମାକ୍ଷାନଗର): ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସକୁ ନେଇ ସାରା ରାଜ୍ୟରେ ବିଜେଡ଼ି ତରଫରୁ ଖୁବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ରେ ନିଆରା ଢଙ୍ଗରେ ପାଳନ କରାଯାଇଛି ।କାମାକ୍ଷାନଗର କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ଏକ ମେଗା ରକ୍ତଦାନ ଶିବିର କୁ ଆରମ୍ଭ କରିଥିଲେ ।ସକାଳୁ ରକ୍ତଦାନ ଶିବିର ହେବା ପରେ ଅପରାହ୍ନ ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ୧୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅପରାହ୍ନ ରେ ଢେଙ୍କାନାଳ ଜିଲା ଯୁବ ସଭାପତି ତଥା ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ଦିନ ବିଷୟରେ କହିଥିଲେ ।ଦଳକୁ କିପରି ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରାଯାଇପାରିବ ତାରି ଉପରେ ଗୁରୁ ମନ୍ତ୍ର ଦେଇଥିଲେ କର୍ମୀ ମାନଙ୍କୁ ।ଏଠାରେ ଜିଲା ପର୍ୟ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ରହି ଆଗାମୀ ଦିନରେ ଦଳକୁ କିପରି ଆହୁରି ଅଧିକ ସୁଦୃଢ କରାଯାଇ ପାରିବ ତାରି ଉପରେ କହିଥିଲେ ।ଅନ୍ୟତମ ଅତିଥି ଭାବେ ଭୁବନ ବ୍ଳକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ନଗରପାଳ ବ୍ରହ୍ମାନନ୍ଦ ମହାନ୍ତି,ଜିଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ,ସରପଞ୍ଚ ଲଳିତ ସାହୁ ଆଦିଙ୍କ ସମେତ ବିଜେଡିର ଶତାଧିକ ନେତା କର୍ମୀ ଉପସ୍ଥିତ ଥିଲେ ।

Related posts

ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

mahabharatanews

ବ୍ୟକ୍ତିଙ୍କ ଝୁଲାନ୍ତ ମୃତଦେହ ଉଦ୍ଧାର

mahabharatanews

ବ୍ରହ୍ମପୁର-ଜୟପୁର ନିର୍ମାଣ ହେବ ଟନେଲ୍ ,କମିବ ଦୂରତା

mahabharatanews