ରାଜନୀତି

ବିଜେପି ଦେଶର ସମ୍ବିଧାନ ପାଇଁ ବିପଦ: ପ୍ରିୟଙ୍କା

(ନୂଆଦିଲ୍ଲୀ): ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ମହିଳା ସୁରକ୍ଷା ଏବଂ ଚାଷୀ ସମସ୍ୟାକୁ ନେଇ ମୋଦି ସରକାରକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଭାରତ ବଞ୍ଚାଅ ରାଲି ଆୟୋଜିତ ହୋଇଯାଇଛି । ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଯୋଗ ଦେଇ ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେପିକୁ ଦେଶର ସମ୍ବିଧାନ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି । ଅନ୍ୟାୟ ବିରୋଧରେ ଲଢିବା ପାଇଁ ଦେଶବାସୀ ସ୍ୱର ଉତ୍ତୋଳନ କରନ୍ତୁ । ଯଦି ଚୁପ୍ ରହିବା ତେବେ ଆମ ସମ୍ବିଧାନ ନଷ୍ଟ ହୋଇଯିବ ଏବଂ ଦେଶରେ ବିଭାଜନ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଦେଶରେ ବିଜେପି ଅଛି ଯଦି ପିଆଜ କିଲୋ ୧୦୦ ଟଙ୍କା, କୃଷକଙ୍କ ଆତ୍ମହତ୍ୟା, ନବରତ୍ନ କମ୍ପାନୀ ବିକ୍ରି ସମ୍ଭବ । ଏଣୁୁ ଦେଶରେ ଯେପର୍ଯ୍ୟନ୍ତ ବିଜେପି ରହିଛି ଦେଶର ସମ୍ବିଧାନ ବିପଦରେ ଅଛି ବୋଲି ସେ କହିଛନ୍ତି ।

Related posts

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକ ପାରାଦୀପ ରାଜପଥ ଅବରୋଧ

mahabharatanews

ଖୁବ୍ ଶୀଘ୍ର ନୂଆ ତାଲିକା, ଆଉ ୮ଲକ୍ଷ ହିତାଧିକାରୀ ପାଇବେ ରାସନକାର୍ଡ

mahabharatanews

ୟୁପିରେ ବିଜେପି ସଭାପତି ପାଇଁ ନିର୍ବାଚନ ଘୋଷଣା, ଆସନ୍ତାକାଲି ନାମାଙ୍କନ ଦାଖଲ, ଏହି ଦିନ ଫଳାଫଳ ଘୋଷଣା ହେବ

mahabharatanews