(ନୂଆଦିଲ୍ଲୀ): ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ କ୍ୱାରାଣ୍ଟାଇନ କରାଯାଇ ଆଇସୋଲେସନରେ ରଖାଯାଉଛି । ତେବେ ଏହା ଭିତରେ ବିଜେପି ସାଂସଦ ତଥା ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୂ ସାଉଦି ଆରବରୁ ଫେରିଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କର କରୋନା ଟେଷ୍ଟ ହୋଇଛି । ତାଙ୍କର ରିପୋର୍ଟ ନେଗେଟିଭ ଆସିଛି । ତେବେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଏବଂ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୁପ ସେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୧୦ ତାରିଖରେ ସେ ସାଉଦି ଆରବ ଗସ୍ତରେ ଯାଇଥିଲେ । ତାଙ୍କ ପୂର୍ବରୁ ମୋଦି ସରକାରରେ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଭି. ମୁରଲୀଧରନ କରୋନା ଟେଷ୍ଟ କରିବା ପରେ ସ୍ୱଇଚ୍ଛାରେ ଆଇସୋଲେସନରେ ରହିଛନ୍ତି । ତାଙ୍କର ରକ୍ତ ନମୂନା ରିପୋର୍ଟରେ କୋଭିଡ-୧୯ ଭୁତାଣୁ ନଥିବା ଜଣାପଡିଛି । ଦେଶର ନେତାଙ୍କ ବ୍ୟତୀତ ଏକାଧିକ ବଲିଉଡ କଳାକାରମାନେ ମଧ୍ୟ ସ୍ୱଇଚ୍ଛାରେ ଆଇସୋଲେସନରେ ରହିଥିବା ଜଣାଯାଇଛି ।
previous post
next post