ଓଡିଶା

ବିଦ୍ୟାଶ୍ରୀଙ୍କ ପରିବାରକୁ ଜେରା

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ଏପର୍ଯ୍ୟନ୍ତ ଜିଆରପି ପୁଲିସ କୌଣସି ରହସ୍ୟ ଉଠାଇପାରୁନି । ପ୍ରତିଦିନ ଜେରାକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ପ୍ରଥମେ ଜିଆରପି ଏହାକୁ ଆତ୍ମହତ୍ୟା କହିଥିବା ବେଳେ କିନ୍ତୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ହତ୍ୟା ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହା ମଧ୍ୟରେ । ଆଦିତ୍ୟଙ୍କ କିଛି ବନ୍ଧୁ ଓ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିସାରିଛି ଜିଆରପିର ଟିମ୍ । ଆଜି ବିଦ୍ୟାଶ୍ରୀଙ୍କ କଟକ ଖପୁରିଆ ବାସଭବନରେ ପରିବାରକୁ ଜେରା ଚାଲିଛି ଜିଆରପି। ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ଜିଆରପିର ୪ ଜଣିଆ ଟିମ୍ ଜେରା କରିଛି ।
ଉଲ୍ଲେଖଯୋଗ୍ୟ ଯେ, ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Related posts

୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

mahabharatanews

ଡଃ ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

mahabharatanews

ମାଟ୍ରିକରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

mahabharatanews