ଓଡିଶା

କୂଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟରେ ଥିବା କୂଅରେ ଗଳି ପଡିଥିଲେ ଜଣେ ବୃଦ୍ଧ । ବୃଦ୍ଧ ଜଣକ ହେଲେ ରାଧା ମୋହନ ବୋଲି ଜଣାପଡିଛି । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କୂଅ ଭିତରେ ପଡିଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକେ ଏନେଇ ଦମକଳ ବାହାନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ୩୦ ଫୁଟ ତଳୁ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଏବେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କେନ୍ଦ୍ରୀୟ ଅଧିକାରୀ ଗୌତମ ସାହୁ,ଉମେଶ ପ୍ରଧାନ,ପ୍ରଦୀପ୍ତ ବେହେରା, ରତିକାନ୍ତ ପରିଡ଼ା,ସନ୍ତୋଷ ସେଠୀ ଓ ବିଭୂ ବଡ଼ଜେନା ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ।କେଉଁ କାରଣ ଯୋଗୁଁ ବୃଦ୍ଧ ଏଭଳି କାଣ୍ଡ ଭିଆଇଲେ ତାହା ସ୍ପଷ୍ଟ ଜଣାପଡି ନାହିଁ ।

Related posts

ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

mahabharatanews

ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେବ ଉନ୍ନତିକରଣ, ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା

mahabharatanews

ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ଶବ; ହତ୍ୟା ସନ୍ଦେହ

mahabharatanews