Uncategorized

ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

ଗାଜିଆବାଦ: ସୋମବାର ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଉତ୍ତର ପ୍ରଦେଶ, ଗାଜିଆବାଦର ଲୋନିଠାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧାଙ୍କ ସମେତ ୫ ଜଣ ଶିଶୁ ରହିଛନ୍ତି ।

ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ଅଜୟ ଶଙ୍କର ପାଣ୍ଡେ ସୂଚନା ଦେଇଛନ୍ତି କି, ସୋମବାର ପୂର୍ବାହ୍ନରେ ଲୋନି ଅଞ୍ଚଳର ଗୋଟିଏ ଘରେ ବିଦ୍ୟୁତ୍ ସର୍ଟ ସର୍କିଟରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟରେ ଘରେ ଥିôବା ଫ୍ରିଜ ପୋଡି ପାଉଁଶ ହୋଇଯାଇଥିବା ବେଳେ ଘରର ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଛି । ଏହି ନିଆଁରେ ପରିବାରର ଜଣେ ବୃଦ୍ଧାଙ୍କ ସମେତ ୫ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ପାଣ୍ଡେ ସୂଚନା ଦେଇଛନ୍ତି ।

Related posts

ଆଜିଠୁ କାଶ୍ମୀର ଯିବେ ୩୬ କେନ୍ଦ୍ର ମନ୍ତ୍ରୀ

mahabharatanews

ରାହୁଲଙ୍କୁ ସଂସଦ ପଠାଇ କେରଳବାସୀ ଭୁଲ କରିଛନ୍ତି: ରାମଚନ୍ଦ୍ର ଗୁହା

mahabharatanews

ପିଲାଙ୍କୁ ବ୍ରେଡ ଜାମ୍ ଖାଇବାକୁ ଦେଉଛନ୍ତି କି!ସାବଧାନ

mahabharatanews