ଓଡିଶା

ବିଧବା ମହିଳା ଆବାସ ଗୃହରୁ ବଂଚିତ ଘଟଣା,ବିଡିଓଙ୍କୁ ଏଲ୍.ମାଣିକ୍ୟ ପ୍ରଭା

(କଣିହାଁ/ଜ୍ୟୋତିରଂଜନ ଧର) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କମରେଇ ପଂଚାୟତସ୍ଥ କମରେଇ ଗାଁରେ ବସବାସ କରୁଥିବା ଅସହାୟ ବିଧବା ମହିଳା ବାସନ୍ତି ବେହେରାଙ୍କୁ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନଥିବା ଘଟଣା ସଂପର୍କରେ କଣିହାଁ ବିଡିଓ ରମେଶ ଚନ୍ଦ୍ର ଜେନାଙ୍କୁ ଗତକାଲି ଭେଟିଛନ୍ତି ରାଜ୍ୟ ମହିଳା କଂଗ୍ରେସ୍ ସମ୍ପାଦିକା ଏଲ୍.ମାଣିକ୍ୟପ୍ରଭା । ତେବେ ବାସନ୍ତିଙ୍କ କମରେଇ ଗାଁ ତାଲିକାରେ ୧ନମ୍ବର ଓ ପଂଚାୟତ ତାଲିକାରେ ୯୯ କ୍ରମିକ ନମ୍ବରରେ ଯୋଗ୍ୟହିତାଧିକାରୀ ଭାବେ ତାଲିକାରେଦ ରହିଛିି । ସରକାରଙ୍କ ପକ୍ଷରୁ ଆବାସ ଗୃହ ଆସିଲେ ବାସନ୍ତିଙ୍କୁ ନିଶ୍ଚିନ୍ତ ମିଳିବ ବୋଲି ବିଡିଓ ଶ୍ରୀ ଜେନା ରାଜ୍ୟ ମହିଳା କଂଗ୍ରେସ୍ ସମ୍ପାଦିକା ଶ୍ରୀମତୀ ପ୍ରଭାଙ୍କୁ ଅବଗତ କରିଥିବା ପ୍ରକାଶ । ଅପରପକ୍ଷରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ପ୍ରଶାସନ ଅଧିକାରୀଙ୍କ ଅସହଯୋଗ ପାଇଁ ୨୦୧୯-୨୦ର ଆର୍ଥିକ ବର୍ଷରେ ବ୍ଲକରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଏସ୍ସି, ଏସଟି) କୋଟାରେ ୯ଶହ ଘର ଫେରିଯିିବା ହିଁ ପ୍ରଶାସନ ଅଧିକାରୀଙ୍କ ଅପାରଗତା ବୋଲି କମରେଇ ସଂରପଚ ଦୁଃଖବନ୍ଧୁ ଭୂତିଆ କୁହନ୍ତି ।
ସୂଚନାରୁ ଜଣାଯାଏ, ବାସନ୍ତି ପରିବାର ଅତ୍ୟନ୍ତ ଗରିବ, ଅଭାବି ପରିବାର । ୨୦୦୪ ମସିହାରେ ସ୍ୱାମୀ ନୃସିଂହ ବେହେରା ଅଜଣା ରୋଗରେ ଆରପାରିକୁ ଚାଲିଗଲେ ।୨ ଝିଅ ବିବାହିତ ସହ ୫ବର୍ଷର ଶିଶୁପୁତ୍ରକୁ ମଣିଷ କରିବାର ଦାୟିତ୍ୱ ଭାର ନେଲେ ବାସନ୍ତୀ । ନୃସିଂହ ଯାହା ଜୀବନରେ ସଂଚିତ କରି ରଖିଥିଲେ ସେଥିରେ ୨ଝିଅକୁ ବିବାହ କଲେ । ବାସନ୍ତୀ ତାଙ୍କ ଏକମାତ୍ର ୧୪ବର୍ଷ ପୁଅକୁ ଧରି ରହୁଥିବା ଘର ଫାଟି ଆଁ ହୋଇଛି । ଟାଇଲ ଛପର ବତ୍ୟା ପବନରେ ଉଡିଗଲା । ଟାଇଲ ଛାଇଁବାକୁ ଅର୍ଥ ସାଜିଛି ବାଧକ । ଦୀର୍ଘ ୮ବର୍ଷ ହେଲାଣୀ ବାସନ୍ତି ସ୍ଥାନୀୟ ପଂଚାୟତ ଅଫିସ୍ ଟାରୁ ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଦୈଡି ନିରାଶ ହୋଇ ଭାଗ୍ୟକୁ ଆଦରୀ ସେ ଭଙ୍ଗାଦଦରା ଅସୁରକ୍ଷିତ ଘରେ ଜୀବନ କଟୁଥିବା ଖବର ପାଇବା ପରେ ଆଜି ରାଜ୍ୟ ମହିଳା କଂଗ୍ରେସ୍ ସଂପାଦିକା ତଥା ସମ୍ବଲପୁର ଜିଲ୍ଲା କଂଗ୍ରେସ୍ କୋଡିନେଟର ଶ୍ରୀମତୀ ପ୍ରଭା କଣିହାଁ ବିଡିଓଙ୍କୁ ସାକ୍ଷାତ କରିଥିବା ପ୍ରକାଶ ।

Related posts

ଜାମଚୁଆ ପ୍ରଧାନମନ୍ତ୍ରୀ ସଡକ ଶୋଚନୀୟ: ଲୋକେ ହନ୍ତସନ୍ତ

mahabharatanews

ଆଜି ରାଜ୍ୟରେ ପହଞ୍ଚିବ ୫ ଶ୍ରମିକ ସ୍ପେଶାଲ ଟ୍ରେନ୍

mahabharatanews

ଶରତପାଳ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି

mahabharatanews