ଓଡିଶା

ବିଧାନ ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିଧାନ ପରିଷଦ୍ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ସେ ପତ୍ନୀ ରଶ୍ମି ଓ ଦୁଇ ପୁତ୍ର ଆଦିତ୍ୟ ଓ ତେଜସ୍‌ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ, ସୁଭାଷ ଦେଶାଇ, ଏକନାଥ ସିନ୍ଧେ ଆଦି ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ସହ ବିଧାନ ଭବନରେ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଉପମୁଖ୍ୟ ମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାୱାର, ଜୟନ୍ତ ପଟେଲ, କଂଗ୍ରେସ ନେତା ଅଶୋକ ଚୱନ ଏବଂ ବାଲାସାହେବ ଥୋରାଟ ମଧ୍ୟ ସମର୍ଥନ ଜଣାଇବାକୁ ସେଠାରେ ଉପସ୍ଥିତ ଥିଲେ।

ମେ ୨୧ ତାରିଖରେ ବିଧାନ ପରିଷଦ୍‌ ପାଇଁ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ପାର୍ଟି ରବିବାର ସନ୍ଧ୍ୟାରେ ଜଣେ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି ନେଇଛି। ତେଣୁ ଏହି ୯ଟିଯାକ ବିଧାନ ପରିଷଦ୍‌ ଆସନର ନିର୍ବାଚନରେ କେହି ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ରହିବେ ନାହିଁ। ଅପ୍ରତିଦ୍ବନ୍ଦ୍ବୀ ଭାବେ ଠାକ୍‌ରେ ରାଜ୍ୟ ବିଧାନ ପରିଷଦ୍‌ର ଉଚ୍ଚ ସଦନକୁ ନିର୍ବାଚିତ ହେବେ।

Related posts

ସରପଞ୍ଚଙ୍କୁ ଆକ୍ରମଣ: ୧ ଗିରଫ, ୩ ଫେରାର

mahabharatanews

୬୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା କଲା ଜିଲ୍ଲଶ ବିଜେଡି

mahabharatanews

ଓଡିଶାରେ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews