ଓମପ୍ରକାଶ ମିଶ୍ର/ ସୋନପୁର: ଆଜି ଅକ୍ଟୋବର ୨୯ ତାରିଖ । ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହେଉଛି । ଏହି ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଉପସ୍ଥିତ ରହିଥିଲେ । ଏହି ଅବଶରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ କରାଯାଇଥିଲା । କୌଣସି ପ୍ରକାର ବିପର୍ଯ୍ୟୟ ସମୟରେ ଧନ ଜୀବନ କ୍ଷୟକ୍ଷତିକୁ ରୋକିବା, ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିବା, ଜନସାଧାରଣଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଏବଂ ବିପର୍ୟ୍ୟୟ ପ୍ରସ୍ତୁତି ପାଇଁ ସଚେତନତା ସୃଷ୍ଟି କରିବା ସଂକଳ୍ପ ନେଇ ସମସ୍ତେ ଶପଥ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରିଥିଲେ । କରୋନା କଟକଣା ଯୋଗୁଁ କୌଣସି ସଭାସମିତି ନ କରି କେବଳ ଶପଥ ଗ୍ରହଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।