ଭାରତ

ସଡକ ଦୁର୍ଘଟଣା: ୧୦ ମୃତ, ୧୬ ଆହତ

ଶ୍ରୀନଗର: ଜମ୍ମୁର ଡୋଡା ଜିଲ୍ଲାରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ସୂତ୍ର ମୁତାବକ ଏକ ମିନି ବସରେ କିଛି ଯାତ୍ରୀ ଯାତ୍ରା କରୁଥିବା ବେଳେ ଡୋଡା-ଥାଥ୍ରି ମଧ୍ୟବର୍ତ୍ତୀ ସୁଇଗଡିଠାରେ ଡାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଓ ଗାଡିଟି ଖାଇ ଭିତରକୁ ଖସି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖା ଓ ୫୦ ହଜାର ଟଙ୍କା ଆହତଙ୍କୁ ସହାୟତା ରାଶି ଘୋଷଣା କରାଯାଇଛି ।

Related posts

‘କରୋନାଠୁ ଆସିବ ବଡ଼ ମହାମାରୀ’ :ହୁ

mahabharatanews

‘ଅନୁପ୍ରବେଶକାରୀ’କୁ ଏଭଳି କହିଲେ ମୋଦି

mahabharatanews

ହେମନ୍ତଙ୍କୁ କୋର୍ଟରେ ହାଜର କରିବ ଇଡି 

mahabharatanews