Uncategorized

ବିବେକ ଜୋହରୀ ମଧ୍ୟପ୍ରଦେଶର ନୂଆ ପୋଲିସ ମହାନିର୍ଦ୍ଦେଶକ

(ଭୋପାଳ): ମଧ୍ୟପ୍ରଦେଶର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ ହୋଇଛନ୍ତି । ବରିଷ୍ଠ ଆଇପିଏସ ଅଫିସର ବିବେକ ଜୋହରୀ ଗୁରୁବାର ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି । ୧୯୮୪ ମସିହା ବ୍ୟାଚ୍ର ଏହି ଆଇପିଏସ ଅଫିସର ଡିଜିପି ରାଜେନ୍ଦ୍ର କୁମାରଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୫ ମସିହା ବ୍ୟାଚର ଆପିଏସ ଅଫିସର ରାଜେନ୍ଦ୍ର କୁମାର ରାଜ୍ୟ ପୋଲିସ ବିଭାଗରେ ସାଇବର ସେଲରେ କାର୍ଯ୍ୟରତ ରହିଥିଲା ବେଳେ ପୋଲିସ ମହାନିର୍ଦ୍ଦେକ ଭାବେ ଦାୟିତ୍ୱ ତୁଲାଉଥିଲେ । ଏବେ ତାଙ୍କ ବଦଳରେ ଜୋହରୀଙ୍କୁ ଏହି ପଦବୀ ମିଳିଛି । ପୂର୍ବରୁ ଜୋହରୀ ଦିଲ୍ଲୀରେ ସୀମା ସୁରକ୍ଷା ବଳର ଡିଜି ଭାବେ କାର୍ଯରତ ଥିଲେ । ପରେ ତାଙ୍କୁ ମଧ୍ୟପ୍ରଦେଶ ବଦଳି କରାଯାଇଥିଲା । ବଦଳି ପରେ ତାଙ୍କୁ ନୂତନ ପଦରେ ନିଯୁକ୍ତି ମିଳିଛି ।

Related posts

ପାକ୍ ଆତଙ୍କବାଦରେ ତାଲିବାନର ସମ୍ପୃକ୍ତି ନାହିଁ: ସୁହେଲ ଶାହୀନ

mahabharatanews

ବିବାଦରେ ମାହିରା ଶର୍ମା, ଇନଷ୍ଟାରେ ଶେଆର କଲେ ଜାଲ ପ୍ରମାଣ ପତ୍ର

mahabharatanews

କରୋନା ଭାଇରସ ଆଗରେ ଆମେରିକାର ଆତ୍ମସମର୍ପଣ

mahabharatanews