(ମୁମ୍ବାଇ) : ବିରାଟ କୋହଲିଙ୍କୁ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଲା ନିମନ୍ତ୍ରଣ ପତ୍ର । ଏହି ସମୟରେ ବିରାଟ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ମଙ୍ଗଳବାର ରାମ ମନ୍ଦିର ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।
ସୂଚାନୁଯାୟୀ , ଭାରତର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ନିମନ୍ତ୍ରଣ ପାଇଛନ୍ତି । ସୁରକ୍ଷା ବଳୟରେ ରାମ ନଗରୀ ଅଯୋଧ୍ୟା, ଜଗିବେ ସ୍ପେଶାଲ ଟିମ୍ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର କଳାକାର, ବୈଜ୍ଞାନିକ, କ୍ରୀଡ଼ାବିତ ସମେତ ବିଭିନ୍ନ କ୍ଷେତ୍ରର ସେଲିବ୍ରେଟିମାନଙ୍କୁ ନିମନ୍ତ୍ରଣ କରାଯାଇଛି | ନିମନ୍ତ୍ରଣ ପାଇବା ପରେ ସଚିନ ତେନ୍ଦୁଲକର ଏବଂ ଧୋନି ଜାନୁୟାରୀ ୨୨ରେ ଅଯୋଧ୍ୟାରେ ପହଞ୍ଚି ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ବୋଲି ସମ୍ପୂର୍ଣ୍ଣ ଆଶା ରହିଛି।
