ଓଡିଶା

ହାତୀ ପଲଙ୍କ ଉତ୍ପାତ : ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ 

 (ଢେଙ୍କାନାଳ) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଉତ୍ପାତ । ଢେଙ୍କାନାଳ ଭୁବନରେ ଦଶ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଭୁବନ ବନାଞ୍ଚଳ ଅନ୍ତର୍ଗତ ଗଡନୃସିହପ୍ରସାଦର ବାସୁଦେଇପୁର ଗାଁରେ ପଶିଛନ୍ତି ହାତୀ । ବାସୁଦେଇପୁର ଗ୍ରାମରେ ପଶି ଘର ଆଜବେଷ୍ଟ ଭାଙ୍ଗିଛନ୍ତି । ବାରଣ୍ଡାରେ ଧାନମଣ୍ଡି ପାଇିଁ ରଖିଥିବା ଦଶ କୁଇଣ୍ଟାଲ ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଥିବାବେଳେ ମାଟିଘର ଭାଙ୍ଗିବାସହ ପରିବା ଫସଲ ନଷ୍ଟ କରିଛନ୍ତି ।

ସୂଚନାନୁଯାୟୀ ,ଏବେ ହାତୀପଲ ଧଳପଡା ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି । ତେବେ ମାସେ ହେଲା ଭୁବନ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ଭୁବନ ବନବିଭାଗ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ବିଫଳ ବୋଲି ଅଞ୍ଚଳବାସୀ କହିଛନ୍ତି । ଅଞ୍ଚଳରେ ହାତୀପଲ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି ।

Related posts

ଧାନ ନପୁଚୁଣୁ ଗାଁ ମୁହାଁ ହାତୀ ପଲ

mahabharatanews

ତିନୋଟି ଗ୍ରାମକୁ ସାନିଟାଇଜେସନ କଲା ମୋଇତ୍ରୀ କମ୍ପାନୀ

mahabharatanews

ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ପିକଅପ୍ ,୩ ମୃତ ୬ ଗୁରୁତର

mahabharatanews