ନୂଆଦିଲ୍ଲୀ: ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବିଲକିସ ବାନୋ ନାମକ ଜଣେ ୫ ମାସର ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିବା ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଗୁଜୁରାଟର ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ତେବେ ଗୁଜୁରାଟ ସରକାର ରମିସନ ନୀତି ଅନୁଯାୟୀ ସମସ୍ତ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ଯେ, ଯେଉଁମାନେ ୫ ବର୍ଷର ଗର୍ଭବତୀ ମହିଳାଙ୍କୁ ହତ୍ୟା କରିଥିଲେ ଓ ତାଙ୍କର ୩ ବର୍ଷର ଝିଅକୁ ହତ୍ୟା କରିଥିଲେ। ସେମାନଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ସମୟରେ ମୁକ୍ତ କରାଯାଇଥିଲା। ମହିଳାଙ୍କୁ ଦେଶର ଶକ୍ତି ବୋଲି ବିବେଚନା କରୁଥିବା ପ୍ରଧାନମନ୍ତ୍ରୀ ସମୃକ୍ତ ଘଟଣାରେ ଦେଶର ମହିଳାଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ସମଗ୍ର ଦେଶ ତୁମର କଥା ଓ କାର୍ଯ୍ୟ ମଧ୍ୟରେ ଅନେକ ପାର୍ଥକ୍ୟ ଦେଖୁଛି ବୋଲି ଶ୍ରୀ ଗାନ୍ଧୀ କହିଥିଲେ ।
ପ୍ରଧାନମନ୍ତ୍ରୀ ନବମ ଥର ଲାଗି ଲାଲକିଲ୍ଲାରୁ ଭାଷଣ ଦେବା ସମୟରେ ଦେଶର ମହିଳାଙ୍କ ପ୍ରତି ମାନସିକତାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ ଏବଂ ମହିଳାଙ୍କୁ ସମ୍ମାନ ଦେବା ଲାଗି ଅନୁରରୋଧ କରିଥିଲେ। ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସମ୍ପୃକ୍ତ ଘଟଣାରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିବା ଘଟଣାରେ କୋର୍ଟ ସମସ୍ତଙ୍କୁ ଦୋଷୀ କରିଥିବାବେଳେ ବିଜେପି ସରକାରଙ୍କ ମୁକ୍ତି କ୍ୟାମେରା ଆଗରେ ସ୍ୱାଗତ, ଏହା ଉଚ୍ଚତା ନୁହେଁ କି ବୋଲି ପ୍ରଶ୍ନ କରିଥିଲେ।
ସୂଚନା ଅନୁସାରେ ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ଗୁଜୁରାଟର ଦାହୋଦ ଜିଲ୍ଲା ଲିମଖେଡା ରକ୍ଷିକପୁର ଗ୍ରାମରେ ରହୁଥିବା ବିଲକିସଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା। ଏହି ସମୟରେ ବିଲକିସ ୫ ମାସର ଗର୍ଭବତୀ ଥିଲେ। କିଛି ବିଲକିସଙ୍କୁ ଗଣବଳକ୍ରାର କରିବା ସହ ତାଙ୍କ ପରିବାରର ୭ଜଣଙ୍କୁ ହତ୍ୟା କରିଥିଲେ। ସମ୍ପୃକ୍ତ ମାମଲାରେ ୨୦୦୪ରେ ୧୧ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ କୋର୍ଟ ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଚଳିତ ମାସ ଅଗଷ୍ଟ ୧୫ ତାରିଖରେ ସମସ୍ତଙ୍କୁ ଜେଲରୁ ଛାଡ କରାଯାଇଥିବା ଜଣାପଡିଛି।a