ଭାରତ

ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଦୁଇଦିନ ହେଲା ଚାଲିଛି ଘମାଘୋଟ ଲଢେଇ । ଏହାରି ମଧ୍ୟରେ ୟୁକ୍ରେନରେ ବହୁ ଓଡ଼ିଆ ଫସି ରହିଛନ୍ତି । ଫସିଥିବା ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ଖୋଲିଛନ୍ତି । ଏହା ଦିଲ୍ଲୀ ଓଡ଼ିଶା ଭବନଠାରେ ଥିବା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲାଯାଇଛି । ଏହି ସହାୟତା କେନ୍ଦ୍ର ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଅନ୍ୟ ସମସ୍ତ ସଂପର୍କିତ ଏଜେନ୍ସିମାନଙ୍କ ସହ ସମନ୍ୱୟ ରକ୍ଷା କରିବ ।  ୮୫୨୭୮୫୦୨୪୫ (ମୋବାଇଲ ଓ ହ୍ଵାଟ୍ସଆପ ନମ୍ବର), ୦୧୧-୨୩୦୧୨୭୫୧ (ଲାଣ୍ଡଲାଇନ ନମ୍ବର) ଓ ଇମେଲ ଆଇଡି [email protected] କିମ୍ବା [email protected] ମାଧ୍ୟମରେ ଯୋଗାଯୋଗ କରିହେବ ।

Related posts

ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି

mahabharatanews

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

mahabharatanews

ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ ଜାରି 

mahabharatanews