ଭାରତଵାଣିଜ୍ୟ

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଏହା ପ୍ରଥମ ଥର ପାଇଁ ଜଣେ ଏସୀୟ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ଟପ-୩କୁ ଭାଙ୍ଗିଛି। ଯାହାର ସମ୍ପତ୍ତି ୧୩୭.୪ ବିଲିୟନ ଅଟେ। ସେ ବର୍ତ୍ତମାନ ବିଶ୍ୱ ମାନ୍ୟତାରେ ଏଲୋନ ମସ୍କ ଏବଂ ଜେଫ ବେଜୋସଙ୍କ ପଛରେ ରହିଛନ୍ତି। ଟେଲସା ସିଇଓ ଏଲୋନ ମସ୍କର ମୋଟ ସମ୍ପତ୍ତି ୨୫୧ ବିଲିୟନ ଡଲାର ହୋଇଥିବାବେଳେ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସଙ୍କର ମୋଟ ମୂଲ୍ୟ ୧୫୩ ବିଲିୟନ ଡଲାର ଅଟେ। ଆଦାନୀ ଗ୍ରୁପର ସହ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଗୌତମ ଆଦାନୀ ଫ୍ରାନସର ବନାଡ ଆଲାନଙ୍କୁ ଅତିକ୍ରମ କରି ବିଶ୍ୱର ତୃତୀୟ ବିତ୍ତଶାଳୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି। ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସର ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ଜଣେ ଏସୀୟ ବ୍ୟକ୍ତି ସ୍ଥାନିତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଚୀନ ଆଲିବାବା ଗ୍ରୁପର ଜାକ ମାଆଙ୍କ ଭଳି ଆହୁରି ଆନେକ ବିତ୍ତଶାଳୀ ଏସୀୟମାନେ ମଧ୍ୟ ଏ ସ୍ତରକୁ ଉଠିବାରେ ସମର୍ଥ ହୋଇନଥିଲେ। ୧୩୭. ୪ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଶ୍ରୀ ଆଦାନୀ ଆମେରିକାର ଏଲନ ମସ୍କ ଏବଂ ଜେଫ ବେଜୋସଙ୍କ ପଛରେ ରହିଛନ୍ତି। ଦେଶର ଶ୍ରେଷ୍ଠ ବନ୍ଦର ଅପରେଟର ଓ କୋଇଲା ବ୍ୟବସାୟ ସଂସ୍ଥାନ ଆଦାନୀ ଗ୍ରୁପର ସହ ସଂସ୍ଥାପକ ହେଉଛନ୍ତି ଗୌତମ ଆଦାନୀ। ବିଶ୍ୱର ୧୧ ତମ ସ୍ଥାନରେ ରିଲାଏନସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି।

Related posts

ମୋବାଇଲ୍ ରିଚାର୍ଜ ସରିବା ପରେ ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରୀ… ସଂସଦରେ ଦାବି କରିଥିଲେ ରାଘବ

mahabharatanews

ଅକ୍ଟୋବର ୩୧ ଯାଏ ଦେଶବ୍ୟାପୀ କୋଭିଡ୍ ଗାଇଡଲାଇନ୍ସ ଅବଧି ବୃଦ୍ଧି

mahabharatanews

ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews