Uncategorized

ବିହାର ନିର୍ବାଚନ ପାଇଁ ଆରଜେଡିର ନୂଆ ସ୍ଲୋଗାନ

(ପାଟନା): ବିହାରରେ ଚଳିତବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ଜନତା ଦଳ ନେତା (ଆରଜେଡି) ନେତା ତେଜ ପ୍ରତାପ ଯାଦବ ଏକ ନୂତନ ସ୍ଲୋଗାନ ଦେଇଛନ୍ତି । ୨୦୨୦ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ନିଜ ସାନ ଭାଇ ତେଜସ୍ୱୀ ଯାଦବଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ ବୋଲି ଜଣାପଡିଛି । ଏଥିପାଇଁ ଦଳ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ସମୟରେ ନିର୍ବାଚନରେ ସାନ ଭାଇ ଯେପରି ବିପୁଳ ବିଜୟ ହାସଲ କରି କ୍ଷମତାକୁ ଫେରନ୍ତୁ ସେଥିପାଇଁ ସେ ‘ତେଜ ରଫତାର, ତେଜସ୍ୱୀ ସରକାର’ ବୋଲି ଏକ ସ୍ଲୋଗାନ ଦେଇଛନ୍ତି । ଏହା ସହ ନିର୍ବାଚନ ନିମନ୍ତେ ସେ ଦଳର ନୂତନ ପୋଷ୍ଟରର ଉନ୍ମୋଚନ ମଧ୍ୟ କରିଛନ୍ତି । ରାଜ୍ୟର ପ୍ରତି ଗାଁରେ ସେ ଶୋଭାଯାତ୍ରା କରି ଏହି ସ୍ଲୋଗାନ ଦେବେ । ସାନ ଭାଇକୁ ବିପୁଳ ସମର୍ଥନ କିପରି ମିଳିବ ସେ ନେଇ ଦଳ ଯୋଜନା ପ୍ରସ୍ତୁତ କରିଥିବା ତେଜପ୍ରତାପ କହିଛନ୍ତି ।

Related posts

ପଙ୍ଗୋଗ ହ୍ରଦରେ ପଛଘୁଞ୍ଚା ଦେଲା ଚୀନ

mahabharatanews

ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

mahabharatanews

ଅନ୍ଧବିଶ୍ୱାସ ଘେରରେ ମଧ୍ୟ ପ୍ରଦେଶ

mahabharatanews