Uncategorized

ୟୁପି କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ମିଳିବ ଆଇପ୍ୟାଡ

(ମହାଭାରତ, ଲକ୍ଷେ୍ନø): ଉତ୍ତରପ୍ରଦେଶର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଇପ୍ୟାଡ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ଆଧୁନିକ ଟେକ୍ନୋଲୋଜି ସହ ଅପଡେଟ୍ ସହ ରହିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଜଣାଯାଇଛି । ୟୁପିର ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକ ପେପର ଲେସ୍ (କାଗଜ ମୁକ୍ତ) ହେବ । ଏଥିପାଇଁ ମନ୍ତ୍ରୀମାନେ ବୈଠକରେ ଆଇପ୍ୟାଡ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଛି । ଆଇପ୍ୟାଡ ମାଧ୍ୟମରେ ମନ୍ତ୍ରୀମାନଙ୍କୁ ନୋଟିସ ଦିଆଯିବ । ଏହାର ବ୍ୟବହାର ଶିଖିବା ପାଇଁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ତାଲିମ ସରକାର ତାଲିମ ଦେବାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପ୍ରଥମରୁ ନିଜର ଅଧିକାଂଶ କାମ କାଗଜ କଲମରେ କରୁଥିଲେ । କିନ୍ତୁ ଏବେ ସେ ଆଧୁନିକ ଟେକ୍ନୋଲୋଜିକୁ ନିଜର କାର୍ଯ୍ୟରେ ବ୍ୟବହାର କରିବା ସହ ନିଜ ମନ୍ତ୍ରୀମଣ୍ଡଳ ମଧ୍ୟ ଏପରି କରନ୍ତୁ ବୋଲି ଚାହୁଛନ୍ତି । ଲକ୍ଷେ୍ନøରେ ଅନୁଷ୍ଠିତ ଡିଫେନ୍ସ ଏକ୍ସପୋ ୨୦୨୦ରେ ସେ ଆଇପ୍ୟାଡ ଯୋଗେ ଲେଖୁଥିବା ଦେଖାଯାଇଥିଲା ।

Related posts

ଜେଏନୟୁ ହିଂସା: ପୋଲିସ, ହ୍ୱାଟ୍ସଆପ, ଗୁଗୁଲକୁ କୋର୍ଟଙ୍କ ନୋଟିସ

mahabharatanews

ଦିଲ୍ଲୀ ବିଧାନସଭା ନିର୍ବାଚନ: ରାଷ୍ଟ୍ରପତିଙ୍କ ସମେତ ବରିଷ୍ଠ ନେତାଙ୍କ ମତଦାନ ସାବ୍ୟସ୍ତ

mahabharatanews

ଦେଶରେ ୨୭୮୯୨ ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଙ୍କ ମୃତ୍ୟୁ

mahabharatanews