Uncategorized

ବିହାର ନିର୍ବାଚନ ପାଇଁ ନୀତିଶଙ୍କ ଟାର୍ଗେଟ ନିର୍ଦ୍ଧାରଣ

(ପାଟନା): ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ଏବେ ଠାରୁ ରାଜନୀତି ସରଗରମ ହୋଇଛି । ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ଜନ୍ମଦିନ ଅବସରରେ ପାଟନାର ଗାନ୍ଧୀ ମୈଦାନରୁ ଜନସଭାର ଶୁଭାରମ୍ଭ କରିଛନ୍ତି । ଏହି ଜନସଭାରେ ଉଦ୍ବୋଧନ ଦେବା ସମୟରେ ସେ ଆଗାମୀ ନିର୍ବାଚନରେ ତାଙ୍କ ନେତୃତ୍ୱାଧିନ ଜେଡିୟୁ ଦଳ ଓ ବିଜେପି ଜିତିବାକୁ ଥିବା ଆସନ ଗୁଡିକର ଟାର୍ଗେଟ୍ ନିର୍ଦ୍ଧାରଣ କରିଛନ୍ତି । ଏଥର ବିଧାନସଭା ନିର୍ବାଚନ ଜେଡିୟୁ, ବିଜେପି ସହ ମିଶି ଲଢିବ । ଆଉ ୨୦୦ ଆସନରେ ବିଜୟ ଲାଭ କରିବ ବୋଲି ସେ ଦାବି କରିଛନ୍ତି । ଏହାସହ ଚଳିତଥର ଏନଡିଏ (ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ) ମେଣ୍ଟ ବିହାରରେ ୨୦୦ ଆସନରେ ଜିତିବା ନିଶ୍ଚିତ କରନ୍ତୁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆରଜେଡି ଓ କଂଗ୍ରେସ ରାଜ୍ୟର ସଂଖ୍ୟାଲଘୁଙ୍କ ଭୋଟ୍ ହାତେଇଛନ୍ତି । କିନ୍ତୁ ଜେଡିୟୁ ସେମାନଙ୍କ ପାଇଁ କାମ କରିଛି । ତେଣୁ ଏବେ ବିହାରରେ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି । ପୂର୍ବରୁ ଜେଡିୟୁ ଓ ବିଜେପି ଦିଲ୍ଲୀ ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଅଲଗା ଅଲଗା ଲଢିଥିଲେ । କିନ୍ତୁ ଉଭୟଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ବିହାରରେ ସେଭଳି ହେବ ନାହିଁ । ବିଜେପି ସହ ମିଳିତ ଭାବେ ଲଢି ପୁଣିଥରେ ବିହାରରେ ତାଙ୍କ ସରକାର ଶାସନ କରିବ ବୋଲି ନୀତିଶ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ଏଥି ମଧ୍ୟରୁ ଜେଡିୟୁ ଓ ବିଜେପିର ଯଥାକ୍ରମେ ୭୦ ଏବଂ ୫୪ ଜଣ ସଦସ୍ୟ ରହିଛନ୍ତି ।

Related posts

ବିନା ପୋଷାକରେ ବରଫ ଭିତରେ ଯୋଗକରୁଛନ୍ତି ବିଦ୍ୟୁତ୍‌ ଜାମଓ୍ଵାଲ, ଲୋକେ ପଚାରୁଛନ୍ତି ‘କେମିତି ସହିଲେ ଏତେ ଥଣ୍ଡା’

mahabharatanews

ସୁଣ୍ଠି, ଗୋଲମରିଚ, ଗିଲୋୟରେ ରହିଛି କୋରୋନା ନିରୋଧକ ଗୁଣ

mahabharatanews

ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଚୀନ ଦେଉନି ଅନୁମତି

mahabharatanews