ଓଡିଶା

ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ

(ନିର୍ମଳେନ୍ଦୁ ମିଶ୍ର/ନରସିଂପୁର): ଫସଲ ଚୋରି କରୁଥିବା ଦୁବୃର୍ତ୍ତମାନଙ୍କୁ ବିରୋଧ କରିବାରୁ ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ । ଏନେଇ ବୃଦ୍ଧଙ୍କ ପରିବାର ଲୋକ ନରସିଂହପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଲେ ସାଗର ଗ୍ରାମର ଉଦୟନାଥ ପ୍ରଧାନ । ବୟସ ୬୬ ।

ସୂଚାନାନୁୂଯାୟୀ ସାଗର ଗ୍ରାମରେ ବାସକ କରୁଥିବା ବୃଦ୍ଧା ଉଦୟନାଥ ସବୁଦିନ ଭଳି ଗତକାଲି ମଧଞ ନିଜ ଜମିକୁ ପରିବା ଫସଲ ଜଗିବାକୁ ଯାଇଥିଲେ । ,ଓ ତାଙ୍କ ଜମିରେ ଫସଲ ଜଗିଥିବା ସମୟରେ କେହି ଜଣେ ଦୁବୃର୍ତ୍ତ ତାଙ୍କ ଜମିରୁ ଫସଲ ଚୋରି କରିବାକୁ ଚେଷ୍ଟା କରିଥିଲା । ଏହା ଜାଣି ପାଣି ଉଦୟ ଚୋରକୁ ବିଣୋଧ କରିଥିଲେ ରାତି ପ୍ରାୟ ୧୨ ହୋଇଥିବାରୁ ଉଦୟ ସେହି ଯୁବକକର ମୁହଁକୁ ଠିକଭାବେ ଦେଖିପାରି ନଥିଲେ । ଏହାର ସୁଯୋଗ ନେଇ ଦୁବୃର୍ତ୍ତ ଜଣକ ଉଦୟଙ୍କୁ ଏକ ଭାରି ଅସ୍ତ୍ରରେ ଆକ୍ରମଣ କରିଥଲା । ଯାହାଫଳରେ ଗୁରୁତର ଆହାତ ହୋଇ ଉଦୟ ତଳେ ପଡି ଚିକ୍ରାର କରିଥିଲେ । ଉଦୟଙ୍କ ଚିକ୍ରାର ଶୁଣି ପାଖରେ ଥିବା କିଛି ଲୋକ ଘଟଣାସ୍ଥଳକୁ ଦୌଡି ଆସିଥିଲେ । ଲୋକ ଆସୁଥିବାର ଦେଖି ଦୁର୍ବୃତ୍ତ ଜଣକ ସେଠାରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ଉଦୟଙ୍କୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି ।

Related posts

ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୪ ସିଆଇଏସଏଫ ଯବାନ ନିଲମ୍ବିତ

mahabharatanews

ବିଶାଖା-ଟାଟାନଗର ଏକ୍ସପ୍ରେସ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ

mahabharatanews

 ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା 

mahabharatanews