ଓଡିଶା

ଆଗାମୀ ୨ ଦିନରେ ସାରା ଓଡ଼ିଶା ଛୁଇଁବ ମୌସୁମୀ 

(ଭୁବନେଶ୍ୱର) : ଓଡିଶା ଛୁଇଁଲା ମୌସୁମୀ ।  ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶା ଛୁଇଁଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

 

ସୂଚନାନୁଯାୟୀ ,ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ‌ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଦିନ ୧୧ଟାରୁ ସଂଧ୍ୟା ୫ଟା ମଧ୍ୟରେ ୯୨.୬ ମିମି ବର୍ଷା ହୋଇଥିଲା। କିନ୍ତୁ କଟକରେ ମାତ୍ର ୧୬.୪ ମିମି ବର୍ଷା ହୋଇଛି।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲ‌ାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ଇଟାଭାଟିରେ କାମକାରୁଥିବା ବାହାର ରାଜ୍ୟର ଶ୍ରମିକ ଚାଲି ଯାଉଥିବା ସମୟରେ ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ଅଟକ

mahabharatanews

ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପି

mahabharatanews

ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ଗରଡିଆ ଏବଂ ବିଭୁତି ଭୂଷଣ ଗରଡିଆ 

mahabharatanews