ଅପରାଧ

ବେଆଇନ କରତ କଳ ଉପରେ, ବନ ବିଭାଗ ଚଢ଼ାଉ

ଜଳେଶ୍ୱର/ ଅଜିତ ସାହୁ: ବେଧଡକ ଚାଲିଛି କରତ କଳ । ସରକାରଙ୍କ ନିୟମକୁ ଫାଙ୍କି କଟାଯାଉଛି କାଠ । ଏମିତି କରତ କଳ ଉପରେ ବନ ବିଭାଗର ଚଢାଉ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମାଣିକପୁରା ସ୍ଥିତ ବେଆଇନ କାଠ କରତ କଳ ଉପରେ ବନ ବିଭାଗ କରିଛି ଚଢ଼ାଉ। ଚଢାଉରେ ବିପୁଳ କାଠ ଜବତ ହୋଇଛି । ତେବେ ବନ୍ଦ କରତ କଳ ଉପରେ ଚଢାଉ ହୋଇଥିବାରୁ ଏହାକୁ ଲୋକେ କରିଛନ୍ତି ନାପସନ୍ଦ ।
ଜିଲ୍ଲାରେ ବହୁ ବେଆଇନ କରତ କଳ ଚାଲୁଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ବିମଲ ପ୍ରସନ୍ନ ଆଚାର୍ୟ୍ୟଙ୍କ ନିର୍ଦ୍ଧେଶ କ୍ରମେ ସିଂଲା ଥାନା ମାଣିକପୁରା ସ୍ଥିତ ବେଆଇନ କରତ କଳ ଉପରେ ବନବିଭାଗ ଚଢାଉ କରିଛି । ଚାନ୍ଦିପୁର ବନାଞ୍ଚଳ ଅଧିକାରୀ ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ ଉକ୍ତ ବେଆଇନ କରତକଳ ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଯନ୍ତ୍ରାଂଶ ଜବତ କରିଛି।
ତେବେ ଜିଲ୍ଲାରେ ଅନେକ ବେଆଇନ କରତ କଳ ଅହରହ ଚାଲୁଥିବା ବେଳେ, ସେଗୁଡିକ ଉପରେ ଵନବିଭାଗ ଚଢ଼ାଉ ନକରି ବନ୍ଦ ଥିବା କରତ କଳ ଉପରେ ଚଢ଼ାଉ କରି ବାହାବାହା ନେବାକୁ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

 

Related posts

ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ

mahabharatanews

ବିବାହ ପ୍ରଲୋଭନ ଦେଖାଇ ୩ ସନ୍ତାନର ବାପା କଲା ଦୁଷ୍କର୍ମ

mahabharatanews

ମିଶନ ଶକ୍ତି ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

mahabharatanews