(ଟୁକୁନା ଖରା, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ବି.ଏମ୍ ସେମଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁରାଗାଁ ବାଲି ଘାଟରୁ ବେଧଡକ୍ ଭାବେ ଦିନ ରାତି ଜେସିବ ସାହାଯ୍ୟରେ ବାଲି ଉଠାଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଛି । ପ୍ରକାଶ ଥାଉ କି ଜେସିବି ମେସିନରେ ବାଲି ଉଠାଣ କରାଯାଉଥିବାରୁ ଲୋକ କାମ ପାଇପାରୁନାହାନ୍ତି । ଦିନରାତି ଶହ ଶହ ଟ୍ରକ, ଟିପରରେ ବାଲି ଚାଲାଣ କରି ବାଲି ମାଫିଆ ମାଲା ମାଲ୍ ହୋଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହେଇଥିବା ଯୋଗୁଁ ଦୁରାଗାଁ ଓ ଆଖ ପାଖ ଅଞ୍ଚଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସ୍ଥାନୀୟ କୋଡ଼ିଙ୍ଗା ତହସିଲଦାରଙ୍କୁ ଜଣାଇଲେ ଗ୍ରାମବାସୀଙ୍କୁ ଅତିରିକ୍ତ ତହସିଲଦାର ମହାଶୟ ଧମକ ଚମକ ଦେଉଛନ୍ତି ଏଥିରୁ ଜଣାଯାଉଛି ଯେ ତହସିଲଦାର ଏବଂ ବାଲି ମାଫିଆଙ୍କ ମଧୂ ଚନ୍ଦ୍ରିକାରେ ବାଲି ଚାଲାଣ କରାଯାଇଛି । ବାଲି ମାଫିଆମାନେ ଗୋଟିଏ ଗାଡିର ରାୟଲଟି କାଟି ଶହ ଶହ ଗାଡି ବାଲି ବେନିୟମ ଭାବେ ଚାଲାଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଆଜି ବିଏମ ସେମଳା ଅଞ୍ଚଳବାସୀ ଉତ୍ୟକ୍ତ ହୋଇ ବେଧଡକ ବାଲି ଚାଲାଣକୁ ବନ୍ଦ କରିଛନ୍ତି ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।
previous post
