ଓଡିଶା

ପରିବା ବେପାରୀଙ୍କ ପାଇଁ ବଜାରରେ ରହୁନି ସାମାଜିକ ଦୂରତା

(ତାରାକାନ୍ତ ନାୟକ/ ସାଲେପୁର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ସଟଡାଉନ ଓ ଲକଡାଉନ ଭଳି କଟକଣା ଲାଗୁ କରିଛନ୍ତି । ଏସବୁ କଟକଣା କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳିଛି । ବିଶେଷ କରି ପରିବା ବ୍ୟବସାୟୀମାନେ ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ପରିବା ବିକିବା ପାଇଁ ଏଠାରେ ସ୍ୱତନ୍ତ୍ର ହାଟ ରହିଥିବା ବେଳେ ବେପାରୀମାନେ ସକାଳୁ ସକାଳୁ ସାଲେପୁର ବଜାରର ମୁଖ୍ୟ ରାସ୍ତାରେ ବସି ବେପାର କରୁଛନ୍ତି । ଦୈନିକ ଏହି ରାସ୍ତା ଦେଇ ମାଲବାହୀ ଗାଡି, ଦମକଳ, ଆମ୍ବୁଲାନ୍ସ ଆଦି ଯାଆସ କରିଥାଏ । ପୁଣି ପରିବା କିଣିବାକୁ ଯାଇ ସାଧାରଣ ଲୋକଙ୍କର ଏଠାରେ ଭିଡ ଜମିଥାଏ । ଫଳରେ ସାମାଜିକ ଦୂରତା ରହୁନଥିବାରୁ ସଂକ୍ରମଣ ନେଇ ଆଶଙ୍କା ସୃଷ୍ଟି ହେଉଛି । ଆହୁରି ପୁଣି ମାଲ ପରିବହନ କରୁଥିବା ଗାଡିଗୁଡିକ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ଛୋଟ ବଡ ଦୂର୍ଘଟଣା ଘଟିବା ନେଇ ଭୟ ରହୁ ଥିବାରୁ ଆଗାମୀ ଦିନରେ ପରିବା ବ୍ୟବସାୟୀଙ୍କ ପାଇଁ ମୁଖ୍ୟ ରାସ୍ତାରେ କିଛି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Related posts

ଆଜି ଓଡିଶା ଆସୁଛନ୍ତି  ରାଜନାଥ ସିଂ

mahabharatanews

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

mahabharatanews

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

mahabharatanews