Uncategorized

ବୈଷୟିକ କାରଣରୁ ଜିସାଟ-୧ ଲଞ୍ଚିଂ ସ୍ଥଗିତ

ନୂଆଦିଲ୍ଲୀ: ମାର୍ଚ୍ଚ ୫ରେ ହେବାକୁ ଥିବା ଜିସାଟ-୧ର ଲଞ୍ଚିଂକୁ ବୈଷୟିକ କାରଣରୁ ସ୍ଥଗିତ ରଖାଯାଇଥିବା ଆଜି ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି କି, ଜିଏସଏଲଭି-ଏଫ୧୦ ବୋର୍ଡ ଜିସାଟ-୧ର ଲଞ୍ଚିଂ ପାଇଁ ୨୦୨୦ ମାର୍ଚ୍ଚ ୫ରେ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । କିନ୍ତୁ କିଛି ବୈଷୟିକ କାରଣରୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ପରିବର୍ତ୍ତିତ ତାରିଖ ଆଗାମୀ ସମୟରେ ସୂଚିତ କରାଯିବ ବୋଲି ଇସ୍ରୋ କହିଛି ।

ସୂଚନାଯୋଗ୍ୟ, ଇସ୍ରୋ ପକ୍ଷରୁ କୁହାଯାଇଥିଲା କି, ଜିଏସଏଲଭି-ଏଫ୧୦ ଜିଓ ଇମେଜିଂ ସାଟେଲାଇଟ ଜିସାଟ-୧କୁ ସତିଶ ଧବନ ସ୍ପେସ ସେଣ୍ଟରରୁ ମାର୍ଚ୍ଚ ୫ ତାରିଖରେ ଲଞ୍ଚ କରିବ । ୨,୨୭୫ କିଲୋ ଓଜନର ଜିସାଟ-୧ ହେଉଛି ଆଜିଲ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହର ଏକ ଅବସ୍ଥା, ଯାହା ଏକ ଜିଓସିଙ୍କ୍ରୋନ୍ସ ଟ୍ରାନ୍ସଫର କକ୍ଷପଥରେ ଜିଏସଏଲଭି-ଏଫ୧୦ ଦ୍ୱାରା ସ୍ଥାନିତ ହେବ । ଜିଓଷ୍ଟେସନାରୀ କକ୍ଷପଥରୁ ଏହା କାଯ୍ୟକରିବ । ଜିସାଟ-୧ ଭାରତୀୟ ଉପମାଦେଶର ପ୍ରକୃତ ସମୟ ପର୍ଯ୍ୟବେକ୍ଷଣକୁ ସହଜ କରିବ ଓ ମୁକ୍ତ ଅବସ୍ଥାରେ ବାରମ୍ବାର ବ୍ୟବଧାନରେ କାର୍ଯ୍ୟ କରିବ ବୋଲି ଇସ୍ରୋ କହିଥିଲା ।

Related posts

ଦେଶରେ ସଂକ୍ରମଣ ୪ ଲକ୍ଷ ୨୫ ହଜାର ୨୮୨

mahabharatanews

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

mahabharatanews

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

mahabharatanews