ଓଡିଶା

ବ୍ରଜପାତରେ ବୃଦ୍ଧା ମୃତ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ମଙ୍ଗଳବାର ସନ୍ଧ୍ୟାରେ ବ୍ରଜପାତ ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ କବିସୂର୍ୟ୍ୟନଗର ଥାନା ତଥା ପୁରୁଷୋତମପୁର ବ୍ଳକ ଅଢେଇବର ଗ୍ରାମର କେ. ଦୁଦ୍ଧିଆମା ପାତ୍ର (୫୦) । ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ ବ୍ରଜପାତ ଘଟିଥିଲା । ବୃଦ୍ଧା ଜଣକ ଚାଷ ଜମିରୁ କାର୍ୟ୍ୟ ସାରି ଘରକୁ ଫେରୁଥିବା ବେଳେ ବ୍ରଜପାତ ଘଟିବାରୁ ଜମି ନିକଟରେ ଟଳି ପଡ଼ିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ସଦସ୍ୟ ଖୋଜାଖୋଜି କରିବା ବେଳେ ଚାଷ ଜମି ନିକଟରେ ବୃଦ୍ଧା ଚେତାଶୂନ୍ୟ ହୋଇ ପଡ଼ିଥିବାର ଦେଖି ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କବସୂର୍ୟ୍ୟନଗର ଥାନା ପୁଲିସ ବୁଧବାର ସକାଳେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପଂହଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି ।

Related posts

ପାଟଣାବ୍ଳକରେ ଆରମ୍ଭ ହେଲା ମୋ ସରକାର

mahabharatanews

ସାବଧାନ ! ରାତି ପାହିଲେ ଖୋଲିବ ଗେଟ

mahabharatanews

ଅପେକ୍ଷାରେ ରଥ ସହ ସାରଥୀ

mahabharatanews

Leave a Comment