ନୂଆଦିଲ୍ଲୀ: ବାୟୁ ସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ । ଏଆର ମାର୍ଶାଲ ଭଦୌରିଆ ଆସନ୍ତା ୩୦ରେ ଅବସର ନେବେ । ତାଙ୍କ ସ୍ଥାନରେ ନିଯୁକ୍ତି ପାଇବେ ଚୌଧୁରୀ । ବର୍ତ୍ତମାନ ଚୌଧୁରୀ ବାୟୁ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
୧୯୮୨ ଡିସେମ୍ବର ୨୯ରେ ବାୟୁସେନାର ଯୁଦ୍ଧବିମାନରେ ଏୟାର ମାର୍ଶାଲ ଭାବେ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଏବଂ ଟ୍ରେନର ଏୟାର କ୍ରାଫ୍ଟ ଉଡ଼ାଇବାରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି। ଏହାସହିତ ଘଣ୍ଟାକୁ ୩,୮୦୦ କିମି ବେଗରେ ଯୁଦ୍ଧ ବିମାନ ଉଡ଼ାଇବାରେ ଚୌଧୁରୀ ଇତିହାସ କରିଛନ୍ତି । ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜ ୱେଲିଙ୍ଗଟନ୍ର ସେ ହେଉଛନ୍ତି ଛାତ୍ର। ସେହିପରି ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପକ୍ଷରୁ ଏୟାର ଅଫିସର ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି।