Uncategorized

ଭାତ ରାନ୍ଧିବା ପରେ ପେଜକୁ ଫିଙ୍ଗି ଦିଅନ୍ତୁ ନାହିଁ, ଏଥିରେ ରହିଛି ଯାଦୁକରୀ ଗୁଣ

(ମହାଭାରତ): କିଛି ଲୋକ ଭାବନ୍ତି, ଭାତ ଖାଇଲେ ଫାଇଦା କମ୍ ଆଉ କ୍ଷତି ଅଧିକ ହୋଇଥାଏ । ଯେମିତି କି ଭାତ ଲୋକଙ୍କ ପେଟ ବଢାଇ ଦେଇଥାଏ । ସ୍ୱାସ୍ଥ୍ୟ ପ୍ରତି ସଚେତନା ଥିବା ଲୋକେ କେବେ ବି ନିଜ ଡାଏଟରେ ଭାତ ସାମିଲ କରିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ସେମାନଙ୍କ ଏହା ଜଣା ନଥାଏ ଯେ ଭାତ କିମ୍ବା ଚାଉଳ କେତେ ଲାଭଦାୟକ ହୋଇଥାଏ । ତ୍ୱଚାର ଯତ୍ନ ପାଇଁ ଘରୋଇ ଉପାୟ ଆପଣାଉଥିବା ଲୋକଙ୍କୁ ଭାତ ପାଣି ବା ପେଜ ବ୍ୟବହାର କରିବା ଉଚିତ । ସପ୍ତାହରେ ଥରେ ପେଜ ବ୍ୟବହାର କରି ଆପଣ ସୌନ୍ଦଯ୍ୟର ସହ ଜଡିତ ଅନେକ ସମସ୍ୟାକୁ ଦୂର କରିପାରିବେ ।

ପେଜରେ ଆପଣଙ୍କ ତ୍ୱଚାର ରଙ୍ଗ ଚମକି ଉଠିବ । ଏହାସହ ମୁହଁରେ ଥିବା ଦାଗ,କୁଞ୍ଚନ ଆଦି ଦୂର ହୋଇଯିବ । ଭାତ ପାଣି ବା ପେଜ ସ୍କିନକୁ ଟାଇଟ୍ କରିଥାଏ । ଏଥିରେ ଭିଟାମିନ୍, ଲବଣ ଏବଂ ଆଣ୍ଟିଅକ୍ସିଡେଣ୍ଟ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ,ଯଦ୍ଦ୍ୱାରା ନମନୀୟତା ବଜାୟ ରହିଥାଏ । ଏପରି କି,ପେଜକୁ ଭଲ କ୍ଲିଞ୍ଜର ରୂପେ ମଧ୍ୟ ଗଣାଯାଏ ।

ପେଜ ଥଣ୍ଡା ହୋଇଗଲା ପରେ ଆପଣ ଏହାକୁ ମୁହଁରେ ହାଲୁକା ଭାବେ ସମାଜ କରିପାରିବେ । ମସାଜ କରିବାର ୧୦ମିନିଟ୍ ପରେ ପେଜରେ ହିଁ ହାତ ବୁଡାଇ ଏକ ଶୁଖିଲା କପଡାରେ ମୁହଁକୁ ପୋଛି ଦିଅନ୍ତୁ । ଏହାପରେ ତୁରନ୍ତ ଆପଣଙ୍କ ତ୍ୱଚାରେ ପରିବର୍ତ୍ତନ ନଜର ଆସିବ । କେବଳ ଏତିକି ନୁହେଁ, ପେଜରେ ଆପଣ ଆପଣଙ୍କ କେଶରେ ମଧ୍ୟ ଚମକ ଆଣିପାରିବେ ।

Related posts

ଦେଶରେ ୨୪ ଘଣ୍ଟାରେ ୭୫ ହଜାର ୭୬୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି?ଏହି ୭ଟି ପ୍ରାଣୀଙ୍କୁ ଦିଅନ୍ତୁ ଖାଦ୍ୟ

mahabharatanews

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

mahabharatanews