ଓଡିଶା

ଭାରତରେ କରୋନାସ୍ଥିତି ଜଟିଳ : ଗତ ୨୪ ଘଣ୍ଟାରେ ୩୩୯୦ ଆକ୍ରାନ୍ତ ଚିହ୍ନଟ ସହ ୧୦୩ ଟି ଜୀବନ ନେଇଛି କରୋନା ଭାଇରସ

(ମମତା ସାମଲ ): ସାରା ବିଶ୍ବରେ ବଢ଼ିବାରେ ଲାଗିଛି ମହାମାରୀ କରୋନା ପ୍ରଭାବ। ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଚିନ୍ତା ମଧ୍ୟ ବଢୁଛି । ଦେଶରେ ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ ୫୬ହଜାର ଅତିକ୍ରମ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୧୮୮୬ ହୋଇଛି ମୃତ୍ୟୁ ସଂଖ୍ୟା ।
ଭାରତରେ କରୋନାସ୍ଥିତି ସାଙ୍ଘାତିକ।ଗତ ୨୪ ଘଣ୍ଟାରେ ଦେଶରେ ୩୩୯୦ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ ୧୦୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୬ ହଜାର ୩୪୨ ରେ ପହଂଚିଛି । ଏପର୍ୟ୍ୟନ୍ତ ଭାରତରେ ୧୮୮୬ ଜଣଙ୍କ ମୃତ୍ୟୁ ଘଟିଛି ।
ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୬,୫୪୦ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭,୯୧୬ ସକ୍ରିୟ ଅଛନ୍ତି।ଏବେ ୩୭ ହଜାର ୯୧୬ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨ ଗୁଣିତ ହୋଇଛି ।
ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ମହାରାଷ୍ଟ୍ରରେ ୧୭ହଜାର ୯୭୪ ଆକ୍ରାନ୍ତ ଥିବା ବେଳେ ୬୯୪ ମୃତ୍ୟୁ । ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍କର। ଅନ୍ୟପଟେ ଓଡିଶାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୨୪୫ ପଜିଟିଭ ଥିବା ବେଳେ ସେଥିରୁ ୧୮୧ ଜଣ ସକ୍ରିୟ ଥିବା ଜଣାପଡିଛି । ୬୨ ଜଣ ସୁସ୍ଥ ହୋଇଛନ୍ତି । ୨ଜଣଙ୍କ ମୃତ୍ୟୁ ଘଟିଛି ।
କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି । ବିଶ୍ୱର ପ୍ରାୟ ୨୧୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଥିଲା । ପୁଣି ଏହାକୁ ମେ ୩ଯାଏଁ ବୃଦ୍ଧି କରାଯାଇଥିଲା । ତେବେ ଦେଶରେ ସ୍ଥିତି ବିଗୁଡୁଥିବାରୁ ମେ ୧୭ ଯାଏଁ ଲକ୍ ଡାଉନ୍ କରାଯାଇଛି ।

Related posts

 ଟ୍ରଲିରେ ବୁହା ହେଲା ମୃତ ଶରୀର

mahabharatanews

ପ୍ରବଳ ବର୍ଷା ସମ୍ଭାବନା ,:ଆସୁଛି ୨ଟି ଲଘୁଚାପ

mahabharatanews

ଆଜି କାଳିଆର ଗାଁରେ ହେବ ଶେଷକୃତ୍ୟ

mahabharatanews