Uncategorized

ଭାରତରେ ୧୦ କୋରୋନା ସଂକ୍ରମିତ ସୁସ୍ଥ

(ନୂଆଦିଲ୍ଲୀ): ଭାରତରେ କୋରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଶନିବାର ସନ୍ଧ୍ୟା ସୁଦ୍ଧା ୮୫ ଜଣଙ୍କ ନମୂନା ରିପୋର୍ଟ ପଜିଟିଭ୍ ଆସିଛି । ଏମାନଙ୍କ ମଧ୍ୟରୁ ୭୩ ଜଣ ଚିକିତ୍ସାଧିନ ଥିବା ବେଳେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନିକଟରେ କରୋନା ଭାଇରସ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶରୁ ୫ ଜଣ, ରାଜସ୍ଥାନ ଓ ଦିଲ୍ଲୀରୁ ଜଣେ ଲେଖାଏଁ ଅଛନ୍ତି । ପୂର୍ବରୁ କେରଳର ୩ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇ ଆରୋଗ୍ୟ ହୋଇଥିଲେ । ଚିକିତ୍ସାଧୀନ ରହିବା ପରେ ଏମାନଙ୍କର ରକ୍ତ ନମୂନା ପରୀକ୍ଷା କରାଯ୍ଧବଥିଲା । ସେଥିରେ କରୋନା ଭାଇରସର ସଂକ୍ରମଣ ନଥିବା ଜଣାପଡିଥିଲା । ତେଣୁ ସେମାନଙ୍କୁ ରୋଗମୁକ୍ତ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଜାନୁଆରୀ ମାସରୁ ଏଯାଏ ଭାରତରେ ୬ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ନମୂନା ପରୀକ୍ଷା ହୋଇସାରିଲାଣି । ସେମାନଙ୍କ ମଧ୍ୟରୁ ମାତ୍ର ୮୫ଟି ନମୂନାରେ କରୋନା ସଂକ୍ରମଣ ଥିବା ଜଣାପଡିଛି ।

Related posts

ମଣ୍ଡିର ଏନଏଚ-୩ରେ ଭୂସ୍ଖଳନ: ଯାତାୟାତ ଠପ

mahabharatanews

ଭାଲେଣ୍ଟାଇନ ଡେ’କୁ ବିରୋଧ କରିବନି ବଜରଙ୍ଗି ଦଳ

mahabharatanews

ଫ୍ଲାଟରୁ ମିଳିଲା ଦୁଇ ଭଉଣିଙ୍କ ଗଳିତ ମୃତଦେହ

mahabharatanews