Uncategorized

ଭାରତର ପ୍ରତିବଦ୍ଧତାକୁ ଡବ୍ଲୁଏଚଓର ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୮୦୦୦ ଲେ।।କ ଆକ୍ରାନ୍ତ ହୋଇଥିବା ବେଳେ ପ୍ରୟ ୬୬୦୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିଶ୍ୱ ମହାମାରୀର ମୁକାବିଲା ପାଇଁ ଭାରତ ସରକାରର ପ୍ରତିବଦ୍ଧତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଆଜି ପ୍ରଶଂସା କରିଛି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ସହ ଏକ ବୈଠକ ପରେ ଡବ୍ଲୁଏଚଓର ଭାରତ ପ୍ରତିନିଧି ହେଙ୍କ ବେକେଡାମ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ମୁଁ ଭାବୁଛି, ଭାରତ ସରକାରର ଉଚ୍ଚ ଅଧିକାରୀମାନଙ୍କ ପ୍ରତିବଦ୍ଧତା- ପ୍ରଧାନମନ୍ତ୍ରୀ ଅଫିସ ପକ୍ଷରୁ କୋରୋନା ବିପକ୍ଷେରେ ନିଆଯାଇଥିବା ପଦକ୍ଷେପ ଅତ୍ୟନ୍ତ ଆକର୍ଷଣୀୟ ଓ ଊଚ୍ଚକୋଟିର । ଏହାକୁ ଭାରତକୁ ପ୍ରଗତି ଦିଗରେ ଆଗେଇ ନେଉଛି । ଭାରତରେ ଅ।।ମର ଏକ ଭଲ ଗବେଷଣା ଦକ୍ଷତା ରହିଛି । ବିଶେଷଭାବେ ଆଇସିଏମଆର ଓ ସ୍ୱାସ୍ଥ୍ୟ ବିଭାଗର ଗବେଷଣା । ସେମାନେ ଏହି ଭୂତାଣୁକୁ ପୃଥକ କରିବାରେ ସକ୍ଷମ ହେ।।ଇଛନ୍ତି ଓ ଭାରତ ବର୍ତ୍ତମାନ ଗବେଷଣା ସଂଗଠନରେ ସାମିଲ ହେବ ବୋଲି ବେକେଡାମ କହିଛନ୍ତି । ଗତ ସପ୍ତାହରେ ଆଇସିଏମଆର କୋରୋନା ଭୂତାଣୁ ଷ୍ଟ୍ରେନ ପୃଥକ କରିବାରେ ସକ୍ଷମ ହୋଇଛନ୍ତି । କୋଭିଡ-୧୯ର ଔଷଧ ଓ ଭ୍ୟାକ୍ସିନ ବିକାଶା ଦିଗରେ ଏହା ପ୍ରଥମ ପଦକ୍ଷେପ ।

ସୂଚନାଯୋଗ୍ୟ, ଭାରତରେ ୧୨୬ କୋରୋନା ଭୂତାଣୁ ସଂକ୍ରମଣ ମାମଲା ଥିବାବେଳେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ବିଶ୍ୱବ୍ୟାପୀ ୧୬୭,୫୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୬୬୦୦ ଜଣଙ୍କ ପ୍ରାଣହାନୀ ଘଟିଛି ।

Related posts

ମାସିକ ୧୨ ଲକ୍ଷ ଟଙ୍କାରେ ଘର ଚଳାଇବା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ କଷ୍ଟ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଦିଲ୍ଲୀ ହିଂସା: କେନ୍ଦ୍ରକୁ ଟିଏମସି ସାଂସଦଙ୍କ ବିରୋଧ ପ୍ରଦର୍ଶନ

mahabharatanews