ଭାରତ

ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରୁ ହେଲିକାପ୍ଟରରେ ଥିବା ଦୁଇ ପାଇଲଟ ଓ ତିନ କ୍ରୁ ସଦସ୍ୟ ସୁରକ୍ଷିତ ବର୍ତ୍ତି ଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଉଛି, ହେଲିକାପ୍ଟର ଦୀର୍ଘ ସମୟ ଧରି ବ୍ୟବହାର ହୋଇନଥିଲା । ଗୁରୁବାର ଯେତେବେଳେ ପାଇଲଟ ଉଡାଣ ଭରିବାର ଚେଷ୍ଟା କଲେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଜଣାପଡି ନାହିଁ । ତଦନ୍ତ ଜାରି ରହିଛି ।

Related posts

ଶ୍ରଦ୍ଧା କପୁରଙ୍କୁ ସମନ ଜାରି 

mahabharatanews

ଉତ୍ତରାଖଣ୍ଡରେ ଭୂସ୍ଖଳନ; ଆଲର୍ଟ ଜାରି

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ‘ଲିଜନ୍ ଅଫ୍ ଅନର’ ସମ୍ମାନ

mahabharatanews