ନୂଆଦିଲ୍ଲୀ: ଭାରତ ଓ ଆମେରିକ ମିଳିତଭାବେ ମାଦକ ଦ୍ରବ୍ୟ ତଷ୍କରୀ ଉପରେ ନିୟନ୍ତ୍ରଣ ପାଇବାକୁ କାମ କରିବାକୁ ରାଜି ହୋଇଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଆଜି ମୋଦିଙ୍କ ସହ ହୋଇଥିବା ଆଲୋଚନା ପରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋଦିଙ୍କ ସହ ହୋଇଥିବା ବୈଠକରେ ମାଦକ ଦ୍ରବ୍ୟ ତଷ୍କରୀ ରୋକିବା ପାଇଁ ଉଭୟ ଦେଶ ଏକ ଆଣ୍ଟି ନାର୍କୋଟିକ ଦଳ ଗଠନ କରିବାକୁ ସହମତି ପ୍ରକାଶ ପାଇଛି, ଏହି ଦଳ ବ୍ୟାପକ, ବେଆଇନ ନିଶା କାରବାର ବିରୋଧରେ କାମ କରିବ । ଏହି ଜୀବନଘାତୀ ନିଶାଠାରୁ ଆମକୁ ଆମ ସମାଜକୁ ରକ୍ଷା କରିବାକୁ ହେବ ।
ଦିଲ୍ଲୀରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଏହି ଦୁଇ ଦିନ ମଧ୍ୟରେ ମୁଁ ଓ ପ୍ରଧାନମନ୍ତ୍ରୀ ମୋଦି ଆମ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମିଳିତଭାବେ କାମ କରିବାକୁ ନିଷ୍ପତି ନେଇଛୁ । ମୁଁ ଜାଣେ ଆମେ ଦୁଇ ଦେଶ ମିଳିତ ଭାବେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ କାମ କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀବନଘାତୀ ଟ୍ରଗ୍ସ କାରବାର ଓ ଆତଙ୍କବାଦ ଉପରେ ଆମେରିକାନ ପ୍ରତିନିଧିଙ୍କ ବିଚାରଧାରକୁ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ, ବିଗତ ୫ ମାସ ମଧ୍ୟରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଏହା ୫ମ ବୈଠକ ।
previous post