Uncategorized

ରାଜଘାଟରେ ବାପୁଙ୍କୁ ଟ୍ରମ୍ପ ଦମ୍ପତିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଆଜି ପୂର୍ବାହ୍ନରେ ଦିଲ୍ଲୀର ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଟ୍ରମ୍ପ ଦମ୍ପତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏକ ମିନିଟର ନିରବ ପ୍ରାର୍ଥନା କରିଥିଲେ । ଏହାକୁ ସ୍ମରଣୀୟ କରିବାକୁ ସେଠାରେ ଏକ ସାହା ବବୁଲ ବୃକ୍ଷ ରୋପଣ କରିଛନ୍ତି । ବୃକ୍ଷ ମୂଳରେ ଉଭୟ ମାଟି ଢାଳିଥିଲେ । ସେଠାରେ ଥିବା ପରିଦର୍ଶକ ପୁସ୍ତକରେ ମଧ୍ୟ ଟ୍ରମ୍ପ ଦସ୍ତଖତ କରିଥିଲେ । ଦସ୍ତଖତ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି, ଆମେରିକା ବାସୀ ବାପୁଙ୍କ ଦୃଷ୍ଟିଭଙ୍ଗୀକୁ ସର୍ବଦା ଦୃଢତାର ସହ ପାଳନ କରିଛନ୍ତି । ରାଜଘାଟ ଯିବା ପୂର୍ବରୁ ଟ୍ରମ୍ପ ରାଷ୍ଟପତି ଭାବନରେ ଅନୁଷ୍ଠିତ ଔପଚାରିକ ସ୍ୱାଗତ ସମ୍ବର୍ଦ୍ଧନାରେ ଯୋଗଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଟ୍ରମ୍ପଙ୍କ ସହ ରାଜଘାଟ ଯାଇଥିଲେ ।

ସୂଚନାଯୋଗ୍ୟ ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିଥିଲେ । କାଲି ସେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହା ପରେ ସେମାନେ ଆଗ୍ରା ଯାଇ ତାଜମହଲ ବୁଲି ଦେଖିଥିଲେ ଓ ସେଠାରେ ଫଟୋ ଉଠାଇଥିଲେ । ଆଜି ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହା ପରେ ରାତି ୧୦ଟାରେ ଟ୍ରମ୍ପ ପରିବାର ସ୍ୱରାଷ୍ଟ୍ର ଗମନ କରିବେ ।

Related posts

ଫାଶୀ ସ୍ଥଗିତ ପାଇଁ ନିର୍ଭୟା ଦୋଷୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

mahabharatanews

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

mahabharatanews

କରୋନା ଆତଙ୍କ ମଧ୍ୟରେ ଚାକିରି ଛାଡିଲେ ୨୨୫ ନର୍ସ

mahabharatanews