ଓଡିଶା

ଭାଲୁ ଆକ୍ରମଣରେ ବୃଦ୍ଧା ମୃତ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁୁଡା ଗାଁର ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ବୃଦ୍ଧାଙ୍କ ଜଣକ ୭୦ ବର୍ଷିୟା ଗୋରୀ ଅମନାତ୍ୟ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଦୁଇ ଦିନ ଧରି ଗୋରୀ ନିଖୋଜ ରହିଥିଲେ । ସେହିଦିନ ଠାରୁ ତାଙ୍କ ପରିବାର ଓ ଗାଁ ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ । କିନ୍ତୁ ଗୁରୁବାର ଗାଁର କିଛି ଯୁବକ ଗୋରୀଙ୍କୁ ଖୋଜିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ଗୋଟିଏ ଗଛ ମୂଳରେ ଗୋରୀର ମୃତଦେହ ଦେଖିଥିଲେ । ମୃତ ଶରୀର ପାଖରେ ମା’ ଭାଲୁ ସହ ଛୁଆ ଭାଲୁ ଥିବାରୁ ମୃତଦେହ ଉଦ୍ଧାର କରି ନପାରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀଙ୍କ ସହ ନବରଙ୍ଗପୁର ଏସପି ନୀତିନ କୁଶଳକର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ବନ ବିଭାଗ ଏକ ସ୍କ୍ୱାର୍ଡ ଗଠନ କରି ଭାଲୁ ଘଉଡାଇବା ସହ ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ଭାଲୁ ସେହି ଜାଗା ଛାଡି ଜଙ୍ଗଲକୁ ଚାଲି ଯାଇଥିଲା । ପରେ ବନ ବିଭାଗ କର୍ମଚାରୀ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦ ୨ ହଜାର ଟଙ୍କା ଦିଆଯାଇଥିବା ରେଞ୍ଜର ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି ।

Related posts

ନିଆଳୀ କସର୍ଦାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

mahabharatanews

 ଆଜି ୨୪ ତମ କାରଗିଲ ଦିବସ; ଦେଶ ପାଇଁ ଗୌରବର ଦିନ ଟିଏ

mahabharatanews

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

mahabharatanews