ଓଡିଶା

ଭିଜିଲାନ୍ସ ଜାଲରେ ପୂର୍ତ୍ତ ଆକାଉଣ୍ଟାଣ୍ଟ

ବାଲିଗୁଡା: ଭିଜିଲାନ୍ସ ଜାଲରେ ଧରାପଡିଲେ ପୂର୍ତ୍ତବିଭାଗର ଅ ।କାଉଣ୍ଟାଣ୍ଟ ।୫୦୦୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଫୁଲବାଣି ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନା ଗିରାଫ କରିଥିଲେ । ଗିରଫ ବ୍ୟକ୍ତି ହେଲେ ପୂର୍ତ୍ତବିଭାଗ ଅ ।କାଉଣ୍ଟାଟ ଭିନିତ କୁମାର ଶ୍ରୀବାସ୍ତବ ।

ସୂଚନା ଅନୁଯାୟୀ, ଶ୍ରୀବାସ୍ତବ ବାଲିଗୁଡା ପୂର୍ତ୍ତ ବିଭାଗରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ୨୦୧୭ ଓ ୨୦୧୮ମସିହାରେ ପ୍ରଦିପ କୁମାର ନାୟକ ନାମକ ଜଣେ ଠିକାଦାର ରେଭେନ୍ୟୁ ବିଭାଗର ଦେଢକୋଟି ଟଙ୍କାର ବାସଗୃହ ନିର୍ମାଣ ପାଇଁ ଟେଣ୍ଡର ପାଇଥିଲେ । ଏହାକ କାମ ସରିବା ପରେ ସେ ବିଲ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦୌଡା ଦୌଡି କରିବା ପରେ ଶ୍ରୀବାସ୍ତବ ବିନା ଲାଞ୍ଚରେ କାମ ହେବ ନାହିଁ ବୋଲି କହିଥିଲେ । ଏହା ପରେ ନାୟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ, ନାୟକ ୫୦ ହଜାର ଟଙ୍କା ନେଇ ଶ୍ରୀବାସ୍ତବଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଥିଲା । ଏହା ପରେ ଶ୍ରୀବାସ୍ତବଙ୍କ ଘର ଓ ଦଫତର ଉପରେ ଚଢାଉ କରାଯାଇଛି ।

Related posts

ଟ୍ରକକୁ ପିଟିଲା ଟ୍ରକ: ଜଣେ ମୃତ, ୧ ଗୁରୁତର

mahabharatanews

୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡର

mahabharatanews

ଚଳିତ ବର୍ଷ ବିଦ୍ୟୁତ ପାଇଁ ଛଟପଟ ହେବାକୁ ପଡିବନି: ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

mahabharatanews