ଓଡିଶା

ଭିଜିଲାନ୍ସ ଜାଲରେ ପୂର୍ତ୍ତ ଆକାଉଣ୍ଟାଣ୍ଟ

ବାଲିଗୁଡା: ଭିଜିଲାନ୍ସ ଜାଲରେ ଧରାପଡିଲେ ପୂର୍ତ୍ତବିଭାଗର ଅ ।କାଉଣ୍ଟାଣ୍ଟ ।୫୦୦୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଫୁଲବାଣି ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନା ଗିରାଫ କରିଥିଲେ । ଗିରଫ ବ୍ୟକ୍ତି ହେଲେ ପୂର୍ତ୍ତବିଭାଗ ଅ ।କାଉଣ୍ଟାଟ ଭିନିତ କୁମାର ଶ୍ରୀବାସ୍ତବ ।

ସୂଚନା ଅନୁଯାୟୀ, ଶ୍ରୀବାସ୍ତବ ବାଲିଗୁଡା ପୂର୍ତ୍ତ ବିଭାଗରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ୨୦୧୭ ଓ ୨୦୧୮ମସିହାରେ ପ୍ରଦିପ କୁମାର ନାୟକ ନାମକ ଜଣେ ଠିକାଦାର ରେଭେନ୍ୟୁ ବିଭାଗର ଦେଢକୋଟି ଟଙ୍କାର ବାସଗୃହ ନିର୍ମାଣ ପାଇଁ ଟେଣ୍ଡର ପାଇଥିଲେ । ଏହାକ କାମ ସରିବା ପରେ ସେ ବିଲ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦୌଡା ଦୌଡି କରିବା ପରେ ଶ୍ରୀବାସ୍ତବ ବିନା ଲାଞ୍ଚରେ କାମ ହେବ ନାହିଁ ବୋଲି କହିଥିଲେ । ଏହା ପରେ ନାୟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ, ନାୟକ ୫୦ ହଜାର ଟଙ୍କା ନେଇ ଶ୍ରୀବାସ୍ତବଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଥିଲା । ଏହା ପରେ ଶ୍ରୀବାସ୍ତବଙ୍କ ଘର ଓ ଦଫତର ଉପରେ ଚଢାଉ କରାଯାଇଛି ।

Related posts

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

mahabharatanews

ସିଏମସି ଯନ୍ତ୍ରୀ ବିଭାଗରେ ଅଗ୍ନିକାଣ୍ଡ

mahabharatanews

କରୋନାରେ ଆଖି ବୁଝିଲା ୨ବର୍ଷର ଶିଶୁ

mahabharatanews

Leave a Comment